ପୁଣି ସିଲଭର ସ୍କ୍ରିନ୍‌ରେ ଏକାଠି ରୋମାନ୍ସ କରିବେ ସିଦ୍ଧାର୍ଥ-କିଆରା ଯୋଡି

ନୂଆଦିଲ୍ଲୀ: ଫିଲ୍ମ ଶେରଶାହରେ ସୁପରହିଟ୍‌ ଯୋଡି ସିଦ୍ଧାର୍ଥ ଓ କିଆରା । ଦୁହିଁଙ୍କ କେମେଷ୍ଟ୍ରି ଦର୍ଶକଙ୍କ ମନ କିଣି ନେଇଛି। କେବଳ ରିଲ୍ ନୁହେଁ ରିଅଲ୍‌ ଲାଇଫ୍‌ରେ ବି ତାଙ୍କ ଯୋଡିକୁ ଭରପୂର ଭଲପାଇବା ମିଳିଛି। ଏବେ ସେମାନେ ବଲିଉଡ୍‌ର ମୋଷ୍ଟ ଆଡରେବଲ୍‌ କପଲ୍‌। ଲଗାତାର ବ୍ରେକ୍‌ଅପ୍‌ର ଖବର ଫ୍ୟାନ୍ସଙ୍କୁ କଷ୍ଟ ଦେଉଥିବାବେଳେ କରଣ ଜୋହରଙ୍କ ଟକ୍‌ ଶୋ’ ରେ ତାଙ୍କ ସମ୍ପର୍କକୁ ନେଇ ଭଲ ଖବର ମିଳିଛି। କଫି ଓ୍ବିଥ୍‌ କରଣରେ ଏକ ପ୍ରକାର ସ୍ପଷ୍ଟୀକରଣ ମିଳିଛି ଯେ ସିଦ୍ଧାର୍ଥ ଓ କିଆରା ଏବେ ମଧ୍ୟ ରିଲେଶନ୍‌ସିପ୍‌ରେ ଅଛନ୍ତି। ଖାଲି ସେତିକି ନୁହେଁ, ଶେରଶାହର ସଫଳତା ପରେ ଖୁବ୍‌ଶୀଘ୍ର ଏହି ଯୋଡିକୁ ପୁଣିଥରେ ଏକାଠି ଦେଖିବାକୁ ମିଳିବ।

ଶେରଶାହରେ ସିଦ୍ଧାର୍ଥ କିଆରାଙ୍କ ଯୋଡିକୁ ନେଇ ଏକ ସ୍ପେଶାଲ୍‌ ଫ୍ୟାନ୍‌ ବେସ୍‌ ସୃଷ୍ଟି ହୋଇଥିଲ। ଯାହା ଏବେ ମଧ୍ୟ ସକ୍ରିୟ ଅଛି। ଶୁଣିବାକୁ ମିଳୁଛି ବଲିଉଡ୍‌ର ଲକିଚାର୍ମ କିଆରାଙ୍କୁ କୁଆଡେ ସିଦ୍ଧାର୍ଥ ହିଁ ଏହି ଫିଲ୍ମର ରୋଲ୍ ପାଇଁ ସୁଯୋଗ ଦେଇଛନ୍ତି। ଏହି କଥାଟି ଏବେ ଫ୍ୟାନ୍ସଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଛି। କାହିଁକି ନା ଦୁହେଁ କରଣ ଜୋହରଙ୍କ ଅଫିସ୍‌ ବାହାରେ ଏକାଠି ନଜର ଆସିଛନ୍ତି। ଦୁହେଁ ପୁଣି ଥରେ ବଡ ପରଦାରେ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବେ।

Related Articles

Back to top button