ଦିଲ୍ଲୀ ରାସ୍ତାରେ ଝାଡୁ ମାରିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

ନୂଆଦିଲ୍ଲୀ: ରାସ୍ତାରେ ଝାଡୁ ମାରିଲେ କେନ୍ଦ୍ରମନ୍ତ୍ରୀ। ନିଜ ହାତରେ ଝାଡୁ ଧରି ରାସ୍ତା ସଫା କଲେ କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମଦିବସ ପାଳନ ଉପଲକ୍ଷେ ଦେଶବ୍ୟାପୀ ‘ସେବା ପକ୍ଷ’ କାର୍ଯ୍ୟକ୍ରମ ଅଧିନରେ ନୂଆଦିଲ୍ଲୀର ତ୍ୟାଗରାଜ ନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଶନିବାର ସ୍ବଚ୍ଛତା ଏବଂ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ଏଥିରେ ମନ୍ତ୍ରୀ ନିଜେ ଝାଡୁ ଧରି ରାସ୍ତା ସଫା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ସେବା ପକ୍ଷ କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିବସ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ । ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏହି ଅଭିଯାନରେ ଜନସାଧାରଣଙ୍କୁ ପରିବେଶ ସ୍ବଚ୍ଛତା, ଜଳ ସଂରକ୍ଷଣ, ବୄକ୍ଷରୋପଣ, ରକ୍ତଦାନ ଆଦି ଦିଗରେ ସଚେତନ କରାଇବା ପାଇଁ ଲକ୍ଷ୍ୟ ରଖିଛି । ଶନିବାର ବିଶ୍ବେଶ୍ବର ଟୁଡୁ଼ ସ୍ବଚ୍ଛତା ଅଭିଯାନର ଶୁଭାରମ୍ଭ କରିଛନ୍ତି ଏବଂ ଏକ ସଚେତନ ସମାଜ ଓ ପ୍ରଗତିଶୀଳ ରାଷ୍ଟ୍ର ପାଇଁ ଉପରୋକ୍ତ ବିଷୟର ମହତ୍ତ୍ଵ ସମ୍ବନ୍ଧରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି । “ମାନବ ସେବା ହିଁ ମାଧବ ସେବା” ଏହି ମନ୍ତ୍ର ନେଇ ସମସ୍ତେ ବ୍ୟକ୍ତିଗତ ଏବଂ ସାମାଜିକ ସ୍ତରରେ କାର୍ଯ୍ୟ କଲେ ପୁନଃ ବିଶ୍ବଗୁରୁର ସମ୍ମାନ ଆମେ ଲାଭ କରିପାରିବା ବୋଲି ଜନସାଧାରଣଙ୍କୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Related Articles

Back to top button