ନାଗପୁର ହିଂସାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ମହାରାଷ୍ଟ୍ର ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ : କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ନାଗପୁର ହିଂସାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ମହାରାଷ୍ଟ୍ର ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି । ଆଜି ସଂସଦ ବାହାରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଯୋଶୀ କହିଛନ୍ତି, ରାଜ୍ୟ ସରକାର ଦକ୍ଷତାର ସହ ପରିସ୍ଥିତିର ମୁକାବିଲା କରିଛନ୍ତି ।ଏହି ଘଟଣାରେ ବିରୋଧୀଦଳ ଗୁଡ଼ିକର ଷଡ଼ଯନ୍ତ୍ର ରହିଛି ବୋଲି ଥାନେର ଶିବସେନା ସାଂସଦ ନରେଶ ମହାସ୍କେ କହିଛନ୍ତି । ରାଜ୍ୟ ବାହାରର ଲୋକମାନେ ଏହି ହିଂସା ପ୍ରସାର କରିଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ, ଗଣମାଧ୍ୟମକୁ କହିଛନ୍ତି ନାଗପୁରରେ ଶାନ୍ତି ବଜାୟ ରହିବା ଆବଶ୍ୟକ ଏବଂ ଦୋଷୀକୁ ଦଣ୍ଡ ମିଳିବା ଉଚିତ । ଅନ୍ୟପକ୍ଷରେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଅଭିଯୋଗ କରିଛନ୍ତି ଯେ ନୂଆ ସରକାର ଆସିବା ପରେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସ୍ଥିତି ଭୁଶୁଡ଼ି ପଡ଼ିଛି ।

Related Articles

Back to top button