ସାଙ୍ଗର ଚିତାଗ୍ନିକୁ ଡେଇଁ ଜୀବନ ହାରିଲା ଆଉ ଜଣେ ସାଙ୍ଗ

ବନ୍ଧୁତାକୁ ନେଇ କେତେ କେତେ ଗପ କବିତା ତଥା ଫିଲ୍ମ ମଧ୍ୟ ହୋଇସାରିଛି । କିନ୍ତୁ ଆଜି ଜଣେ ବ୍ୟକ୍ତି ନିଜ ବନ୍ଧୁତାର ଏଭଳି ପ୍ରମାଣ ଦେଇଛନ୍ତି ଯାହା ସବୁଦିନ ପାଇଁ ବନ୍ଧୁତାର ଶ୍ରେଷ୍ଠ ଉଦାହରଣ ହୋଇ ରହିଯିବ । ବନ୍ଧୁର ବିଚ୍ଛେଦକୁ ସହି ନପାରି ବନ୍ଧୁର ଜୁଇକୁ ଡ଼େଇ ଜୀବନ ହାରିଲା ଆଉ ଜଣେ ବନ୍ଧୁ । ଘଟଣା ଅନୁଯାୟୀ ନଗଲା ଖାଙ୍ଗର ପୋଲିସ୍ ଷ୍ଟେସନ୍ ଅଞ୍ଚଳର ମାଧିଆ ନଦିଆ ଏବଂ ଗଧିଆ ପଞ୍ଚବତୀ ଗ୍ରାମରେ । ବିଗତ ୩୦ ବର୍ଷ ଧରି ଏହି ଦୁଇଗ୍ରାମର ଅଶୋକ ଏବଂ ଗୌରବଙ୍କ ମଧ୍ୟରେ ଅତୁଟ ବନ୍ଧୁତା ରହିଥିଲା । ଗାଁର ଲୋକମାନେ ସେମାନଙ୍କୁ ପରଷ୍ପରର ଛାଇ ବୋଲି କୁହନ୍ତି । କାରଣ ଉଭୟ ଅଶୋକ ଏବଂ ଗୌରବ ଗାଁର ଯେକୌଣସି କାର୍ଯ୍ୟକ୍ରମରେ ସାଙ୍ଗ ହୋଇ ଯୋଗ ଦେଉଥିଲେ । ଛୋଟ ବେଳୁ ଏକାଠି ଖେଳୁଥିଲେ ଏକାଠି ବସୁଥବଲେ । ଦିନକୁ ଦିନ ଅଧିକ ନିବିଡ଼ ହେଉଥିଲା ଉଭୟଙ୍କ ବନ୍ଧୁତା । ଅଶୋକ ଜାଣିବାକୁ ପାଇଲେ ସେ କ୍ୟାନସରରେ ପିଡ଼ିତ । ଧିରେ ଧିରେ ସେ ଅସୁସ୍ଥ ହେବା ସହ କାମ କରିବାକୁ ମଧ୍ୟ ବାହାରକୁ ଯାଇ ପାରିଲେ ନାର୍ହି । ଏକଥା ଗୌରବ ଜାଣିବା ପରେ ସେ ଖୁବ୍ ଭାଙ୍ଗି ପଡ଼ିଲେ । ଅଧିକାଂଶ ସମୟ ସେ ଅଶୋକଙ୍କ ପାଖରେ ବିତାଇଲେ । ଅଶୋକଙ୍କର ଶନିବାର ସକାଳେ ମୃତ୍ୟୁ ଘଟିଲା। ଦିନ ପ୍ରାୟ ୧୧ଟା ବେଳେ ଯମୁନା ନଦୀକୂଳରେ ତାଙ୍କର ଶେଷକୃତ୍ୟ କରାଯାଉଥିଲା। ସେଠାରେ ଅଶୋକଙ୍କ ଚିତା ଜଳୁଥିବା ବେଳେ ଉପସ୍ଥିତ ଲୋକଙ୍କ ଗହଣରେ ଥି ଲେ ତାଙ୍କର ବନ୍ଧୁ ଗୌରବ । ଶବଦାହସ୍ଥଳରୁ ଲୋକେ ଧୀରେ ଧୀରେ ଫେରି ଆସିବା ବେଳେ ହଠାତ୍ ଗୌରବ ଅଶୋକଙ୍କ ଚିତାକୁ ଝାସ ଦେଲେ। ଯେଉଁ କେତେ ଜଣ ସେଠାରେ ଉପସ୍ଥିତ ଥିଲେ ସେମାନେ ଆନନ୍ଦଙ୍କୁ ଚିତାଗ୍ନରୁ ଟାଣି ଆଣି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ତାଙ୍କୁ ଆଗ୍ରା ମେଡିକାଲ୍ କଲେଜକୁ ରେଫର୍ କରାଯାଇଥିଲା। କିନ୍ତୁ, ଆଗ୍ରା ଯିବା ବାଟରେ ହିଁ ଆନନ୍ଦଙ୍କର ମୃତ୍ୟୁ ଘଟିଲା।

Related Articles

Back to top button