
ଉତ୍ତରପ୍ରଦେଶ ପ୍ରୟାଗରାଜର ଏକ ହୋଟେଲରୁ ଡେପୁଟି ସିଏମଓଙ୍କ ମୃତଦେହ ଉଦ୍ଧାର
ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜର ଏକ ହୋଟେଲରୁ ଉଦ୍ଧାର ହୋଇଛି ଡେପୁଟି ସିଏମଓ ଡା ସୁନୀଲ କୁମାର ସିଂହଙ୍କ ମୃତଦେହ । ସୁନୀଲଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି । ସୁନୀଲ ବନାରସର ବାସିନ୍ଦା ଥିଲେ । ସେ ଏଠାରେ ବିଠଲ ନାମକ ଏକ ହୋଟେଲରେ ରୁମ ନଂ ୧୦୬ରେ ରହୁଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରି ଟାଙ୍ଗି ଦେଇଛି ତାହା ସ୍ପଷ୍ଟ ହୋଇନାହିଁ ।