ପ୍ରସିଦ୍ଧ ଉର୍ଦ୍ଦୁ କବି ତଥା ଗୀତିକାର ଗୁଲଜାର ଓ ସଂସ୍କୃତ ବିଦ୍ବାନ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ପାଇବେ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର

ପ୍ରସିଦ୍ଧ ଉର୍ଦ୍ଦୁ କବି ତଥା ଗୀତିକାର ଗୁଲଜାର ପାଇବେ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସେହିପରି ସଂସ୍କୃତ ବିଦ୍ବାନ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ମଧ୍ୟ ପାଇବେ ଜ୍ଞାନପୀଠ ପୁରସ୍କାର ପାଇବେ ବୋଲି ଜଣାପଡ଼ିଛି। ୫୮ତମ ଜ୍ଞାନପୀଠ ପୁରସ୍କାର କମିଟି ଦ୍ବାରା ଉଭୟ ମନୋନୀତ ହୋଇଥିବା ଚୟନ କମିଟି ଶନିବାର ଘୋଷଣା କରିଛି।

ଗୁଲଜାର ହିନ୍ଦୀ ସିନେମାରେ ଜଣେ ଖ୍ୟାତି ସମ୍ପନ୍ନ ଗିତିକାର ଭାବେ ବେଶ ଜଣାଶୁଣା ଏବଂ ଏହି ଯୁଗର ସର୍ବୋତ୍ତମ ଉର୍ଦ୍ଦୁ କବି ଭାବରେ ପରିଗଣିତ। ସେ ଏହାପୂର୍ବରୁ ୨୦୦୨ରେ ଉର୍ଦ୍ଦୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ରେ ଦାଦାସାହେବ ଫାଲକେ ପୁରସ୍କାର, ୨୦୦୪ ରେ ପଦ୍ମ ଭୂଷଣ ଏବଂ ତାଙ୍କର ସୃଜନଶିଳତା ସୃଷ୍ଟି ପାଇଁ ଅତି କମରେ ପାଞ୍ଚଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।

ଚିତ୍ରକୋଟରେ ତୁଲସୀ ପୀଠର ପ୍ରତିଷ୍ଠାତା ତଥା ମୁଖ୍ୟ ରାମଭଦ୍ରାଚାର୍ଯ୍ୟ ଜଣେ ପ୍ରସିଦ୍ଧ ହିନ୍ଦୁ ଆଧ୍ୟାତ୍ମିକ ନେତା, ଶିକ୍ଷାବିତ୍ ତଥା ୧୦୦ରୁ ଅଧିକ ପୁସ୍ତକ ଲେଖକ।ଜ୍ଞାନପୀଠ ଚୟନ କମିଟି ଏକ ବିବୃତ୍ତିରେ କହିଛି ଯେ ଦୁଇ ଭାଷାର ବିଶିଷ୍ଟ ଲେଖକଙ୍କୁ ଏହି ପୁରସ୍କାର (୨୦୨୩ ପାଇଁ) ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି।

Related Articles

Back to top button