ଆସନ୍ତାକାଲି ଲୋକସଭାରେ ଆସିବ ଦିଲ୍ଲୀ ଅଧ୍ୟାଦେଶ ବିଲ୍

ସଂସଦ ମୌସୁମୀ ଅଧିବେଶନର ଆଜି ଅଷ୍ଟମ ଦିନ । ଆଉ ସଂସଦରେ ବିରୋଧୀଙ୍କ ହୋ ହଲ୍ଲା ଜାରି ରହିଛି । ଆଜି ପ୍ରଥମେ ଦ୍ୱିପହର ୨ଟା ପର୍ଯ୍ୟନ୍ତ ଲୋକସଭାକୁ ସ୍ଥଗିତ କରିବା ପରେ, ପୁଣିଥରେ ଗୃହର କାର୍ଯ୍ୟ ଆରମ୍ଭ ହେଇଥିଲା । ହେଲେ ଏଥର ମଧ୍ୟ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଅନ୍ୟପଟେ ମଙ୍ଗଳବାର ଲୋକସଭାରେ କେନ୍ଦ୍ର ସରକାର ଦିଲ୍ଲୀ ଅଧ୍ୟାଦେଶ ବିଲ୍ ଆଣିପାରନ୍ତି ବୋଲି ଜଣାପଡିଛି । ଯାହାକୁ କି ବିରୋଧୀ ଦଳର ସାଂସଦମାନେ ବିରୋଧ କରୁଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ବିରୋଧୀ ଦଳର ନେତାଙ୍କୁ ଭେଟି ଏହି ବିଲକୁ ବିରୋଧ କରିବାକୁ ଅନୁରୋଧ କରିଛନ୍ତି । ଏନେଇ ସେ ସମସ୍ତ ବିରୋଧୀ ଦଳର ନେତାଙ୍କୁ ଭେଟିଛନ୍ତି । ତେବେ ଆସନ୍ତାକାଲି ଯଦି ଲୋକସଭାରେ ଏହି ବିଲ୍ ଆଗତ ହୁଏ, ତେବେ ଏହି ବିଲ୍ ବିନା ଦ୍ୱନ୍ଦ୍ୱରେ ପାସ ହେଇଯିବ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ ଲଗାଇଛନ୍ତି ।

Related Articles

Back to top button