
ଉତ୍ତରପ୍ରଦେଶରେ ଡେଙ୍ଗୁ ଚିନ୍ତା: ସମସ୍ତ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀଙ୍କ ଛୁଟି ବାତିଲ
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩୦୦୦ ଅତିକ୍ରମ କରିଛି। ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କ ରହିଛି। ଏହାକୁ ଏଡାଇବା ପାଇଁ ରାଜ୍ୟରେ ସମସ୍ତ ପଦକ୍ଷେପ ନିଆଯାଉଛି ଏବଂ ଡାକ୍ତରଖାନାର ବ୍ୟବସ୍ଥା ବଜାୟ ରଖିବା ପାଇଁ କାର୍ଯ୍ୟ ଚାଲିଛି। ସେପଟେ ଏନେଇ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ଗତବର୍ଷ ତୁଳନାରେ ଚଳିତ ବର୍ଷ ଡେଙ୍ଗୁ ମାମଲା କମ୍ ରହିଛି। ସମସ୍ତ ହସ୍ପିଟାଲରେ ବେଡ ସଂରକ୍ଷିତ ରଖାଯାଇଛି ଏବଂ ପର୍ଯ୍ୟାପ୍ତ ପ୍ଲେଟଲେଟ ଉପଲବ୍ଧ ପାଇଁ ପ୍ରସ୍ତୁତି ଜାରି ରହିଛି।