ଗଣତନ୍ତ୍ର ଦିବସ ପରେଡ୍‌ରେ ଉତ୍ତରାଖଣ୍ଡର ପ୍ରଜ୍ଞାପନୀ ମେଢ଼କୁ ପ୍ରଥମ ସ୍ଥାନ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ପରେଡ୍‌ କରିଥିବା ପ୍ରଜ୍ଞାପନୀ ମେଢ଼ ପାଇଁ ସମ୍ମାନ ଘୋଷଣା ହୋଇଛି। ଉତ୍ତରାଖଣ୍ଡର ପ୍ରଜ୍ଞାପନୀ ମେଢ଼କୁ ଏଥିରେ ପ୍ରଥମ ସ୍ଥାନ ମିଳିଛି। ଏନେଇ ଖୁସୀ ବ୍ୟକ୍ତ କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ। ସେ ଟ୍ୱିଟ୍‌ କରି ଏହି ସୂଚନା ଦେଇଦେବା ସହ ରାଜ୍ୟବାସୀଙ୍କୁ ବଧେଇ ଜଣାଇଛନ୍ତି।

ସବୁଠାରୁ ଉତ୍ତମ ମେଢ଼ା ବାଛିବା ପାଇଁ ଏକ ବିଚାରକ ମଣ୍ଡଳି ନିଯୁକ୍ତ କରାଯାଇଥିଲା। ଅନ୍ୟପଟେ MyGov ପକ୍ଷରୁ ଅନ୍‌ଲାଇନ୍‌ରେ ମଧ୍ୟ ଭୋଟିଂ ବ୍ୟବସ୍ଥା ହୋଇଥିଲା। ଏଥିରେ ଦୁଇଟି ଭିନ୍ନ ଭିନ୍ନ ରାୟ ଆସିଛି। ନିୟୋଜିତ ବିଚାରକ ମଣ୍ଡଳି ଉତ୍ତରାଖଣ୍ଡର ପ୍ରଜ୍ଞାପନୀ ମେଢ଼କୁ ସର୍ବୋତ୍ତମ ମେଢ଼ ଭାବେ ଚୟନ କରିଥିବା ବେଳେ ଅନ୍‌ଲାଇନ୍‌ ଭୋଟିଂରେ ଗୁଜରାଟ ମେଢକୁ ଏକ ନମ୍ବର ସ୍ଥାନ ମିଳିଛି।

ସେହିପରି ମନ୍ତ୍ରାଳୟଗୁଡ଼ିକ ମଧ୍ୟରୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ପ୍ରଜ୍ଞାପନୀ ମେଢ଼ ନମ୍ବର ୱାନ୍‌ରେ ରହିଥିବା ବେଳେ ଅନ୍‌ଲାଇନ୍‌ରେ ଲୋକେ ଗୃହମନ୍ତ୍ରାଳୟର(CAPF)କୁ ଅଧିକ ପସନ୍ଦ କରିଥିଲେ।

ଅନ୍ୟପଟେ ନିୟୋଜିତ ବିଚାରପତିମାନେ ପରେଡ କରୁଥିବା ସେନା ପ୍ରଜ୍ଞାପନୀ ମେଢ଼ ମଧ୍ୟରୁ ପଞ୍ଜାବ ରେଜିମେଣ୍ଟକୁ ଟପ୍‌ ବାଛିଥିବା ବେଳେ ଅନ୍‌ଲାଇନ୍‌ରେ ଦର୍ଶକେ ଏୟାର ଫୋର୍ସକୁ ଏକ ନମ୍ବର ବାଛିଥିଲେ। ତେବେ ଗୃହମନ୍ତ୍ରାଳୟର ସବୁ ବିଭାଗ ଅପେକ୍ଷା ସିଆର୍‌ପିଏଫ୍‌କୁ ସର୍ବଶ୍ରେଷ୍ଠ ପରେଡ୍ ପ୍ରଜ୍ଞାପନୀ ମେଢ଼ର ପୁରସ୍କାର ଘୋଷଣା କରାଯାଇଛି।

Related Articles

Back to top button