
ଆସନ୍ତା ୧୪ ତାରିଖରେ ଇସ୍ରୋ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ ଭି. ନାରାୟଣନ୍
ଭି. ନାରାୟଣନ୍ ହେବେ ଇସ୍ରୋର ନୂ୍ଆ ମୁଖ୍ୟ । ବର୍ତ୍ତମାନର ଇସ୍ରୋ ମୁଖ୍ୟ ଏସ୍. ସୋମନାଥଙ୍କ ସ୍ଥାନ ନେବେ ଭି. ନାରାୟଣନ୍ । ଆସନ୍ତା ୧୪ ତାରିଖରେ ସେ ଇସ୍ରୋ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ । କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନିଯୁକ୍ତି କମିଟି ଏନେଇ ଅନୁମୋଦନ କିଛି । ଦୁଇ ବର୍ଷ ଧରି ସେ ଏହି ଦାୟିତ୍ବରେ ରହିବେ । ଭି. ନାରାୟଣନଙ୍କ ଇସ୍ରୋରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ଅନେକ ପଦବୀରେ ରହି କାମ କରିଛନ୍ତି ଭି. ନାରାୟଣନ୍ ।