ଡିସେମ୍ବର ୨୦୧୪ରୁ ଭାରତୀୟ ମୁଦ୍ରାର ମୂଲ୍ୟ ୨୫% ହ୍ରାସ ପାଇଛି: ସଂସଦରେ ସୂଚନା ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶର ଅର୍ଥନୀତିକୁ ବଳ ଦେବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଉପାୟ କରିବା ସହ ଜନତାଙ୍କ ଉପରେ ଟ୍ୟାକ୍ସ ଭାର ଲଦିଚାଲିଛନ୍ତି। ଟ୍ୟାକ୍ସ ଗଣି ଗଣି ଜନତା ପକେଟ ଖାଲି ହେଉଥିବା ବେଳେ ଦେଶର ମୁଦ୍ରା ସବଳ ହେବା ବଦଳରେ ଆହୁରି ଦୁର୍ବଳ ହେଇ ଚାଲିଛି। ଆଜି ସଂସଦର ମୌସୁମୀ ଅଧିବେସନର ଆଲୋଚନାରେ ଏକଥା ସ୍ୱୀକାର କରିଛନ୍ତି କେନ୍ଦ୍ର ସରକାର। ଡଲାର ତୁଳନାରେ ଭାରତୀୟ ମୁଦ୍ରା ଦୂର୍ବଳ ହୋଇଛି।

ମୋଦୀ ସରକାର ଆସିବା ପରେ ୨୦୧୪ରୁ ୨୫.୩୯ ପ୍ରତିଶତ ମୁଦ୍ରା ଦୁର୍ବଳ ହୋଇଛି ବୋଲି ଆଜି ସଂସଦରେ ସ୍ୱୀକାର କରିଛନ୍ତି କେନ୍ଦ୍ର ସରକାର। ଗତ ୮ ବର୍ଷରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୧୬.୦୮(୨୫.୩୯ ପ୍ରତିଶତ) ହ୍ରାସ ହୋଇଛି ବୋଲି ଅର୍ଥମନ୍ତ୍ରାଳୟ ସଂସଦରେ ସୂଚନା ଦେଇଛି।

ମନ୍ତ୍ରାଳୟ ଦେଇଥିବା ସୂଚନା ଅନୁସାରେ, RBIର ତଥ୍ୟ ଅନୁସାରେ ୨୦୧୪ରେ ଏକ ଡଲାରକୁ ଏକ୍ସଚେଞ୍ଜ ରେଟ୍ ୬୩.୩୩ ଟଙ୍କା ଥିଲା। ହେଲେ ୨୦୨୨ ଜୁଲାଇ ୧୧ ତାରିଖ ସୁଦ୍ଧା ଏହା ୭୯.୪୧ ତଳକୁ ଖସିଥିଲା।

ସେହିପରି ୨୦୧୪ ଡିସେମ୍ବର ୩୧ ବେଳକୁ ଡଲାରକୁ ଏକ୍ସଚେଞ୍ଜ ରେଟ୍ ୬୩.୩୩ ଟଙ୍କା ଥିଲା। ୨୦୧୮ ଡିସେମ୍ବର ୩୧ ବେଳକୁ ଏହା ୬୯.୭୯କୁ ଖସିଥିଲା। ଫଳରେ ୨୦୧୯ ଡିସେମ୍ବର ୩୧ ବେଳକୁ  ଡଲାର ତୁଳନାରେ ଟଙ୍କା ୭୦ ଟଙ୍କା ଖସିଥିଲା। କୋଭିଡ୍ ପାଣ୍ଡାମିକ ପରେ ଏକ୍ସଚେଞ୍ଜ ରେଟ୍‌ ୭୦ ଟଙ୍କା ରହିଥିଲା। ସାଂସଦ ଦୀପକ ବାଜି ଓ ବିଜୟ ବସନ୍ତଙ୍କ ପ୍ରଶ୍ନର ଉତ୍ତରେ ଏହି ତଥ୍ୟ ଦେଇଛି ଅର୍ଥ ମନ୍ତ୍ରାଳୟ।

Related Articles

Back to top button