ଗାଈକୁ ଧକ୍କା ଦେବା ଯୋଗୁ ବନ୍ଦେ ଭାରତ ଏକ୍ସପ୍ରେସ୍ ପୁଣି ଦୁର୍ଘଟଣାଗ୍ରସ୍ତ

ବଲସାଡ: ଗୁଜରାଟ ବଲସାଡରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଈକୁ ଧକ୍କା ଦେବା ଯୋଗୁ ଟ୍ରେନର ସମ୍ମୁଖଭାଗ ଭାଙ୍ଗିଯାଇଛି। ସୂଚନା ଅନୁସାରେ ଟ୍ରେନ ବଲସାଡର ଅତୁଲ ରେଲୱେ ଷ୍ଟେସନ ପାର କରୁଥିବା ବେଳେ ଅଚାନକ ସାମ୍ନାରେ ଗାଈ ଆସିଯାଇଥିଲା। ଗାଈକୁ ଧକ୍କା ଦେବା ଯୋଗୁ ଟ୍ରେନର ସମ୍ମୁଖ ଅଂଶ ଭାଙ୍ଗିଯାଇଛି। ଦୁର୍ଘଟଣାରେ ବନ୍ଦେ ଭାରତ ଏକ୍ସପ୍ରେସର କପଲର କଭର ମଧ୍ୟ ଭାଙ୍ଗିଯାଇଥିବା ଜଣାପଡିଛି।

ଦୁର୍ଘଟଣା ଯୋଗୁ ଟ୍ରେନ ପାଖାପାଖି ୨୬ ମିନଟ୍‌ ଅଟକି ରହିଥିଲା। ପରେ ଟ୍ରେନ ଗନ୍ତବ୍ୟ ଉଦ୍ଦେଶ୍ୟରେ ବାହାରିଥିଲା। ତେବେ ଏହି ରାସ୍ତାରେ ବନ୍ଦେ ଭାରତ ଏକ୍ସପ୍ରେସର ଦୁର୍ଘଟଣା ନୂଆ କଥା ନୁହେଁ । ପୂର୍ବରୁ ଦୁଇଥର ଟ୍ରେନ ଗୃହପାଳିତ ପଶୁଙ୍କୁ ଧକ୍କା ଦେଇଥିବାର ନଜିର ରହିଛି। ତେବେ ତେବେ ବନ୍ଦେ ଭାରତ ଏକ୍ସପ୍ରେସର ବାରମ୍ବାର ଏପରି ଦୁର୍ଘଟଣା ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ ଉପହାର ଦେଇଥିଲେ। ଏହି ସେମି ହାଇସ୍ପିଡ ଟ୍ରେନ ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ଚଳାଚଳ କରୁଛି।

ଶନିବାର ପୂର୍ବାହ୍ନ ପ୍ରାୟ ୮ଟା ବାଜି ୧୭ ମିନିଟରେ ଏହି ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ଟ୍ରେନର ସମ୍ମୁଖଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପାଇପ୍ ଭାଙ୍ଗିଯିବା ଯୋଗୁ ଟ୍ରେନର ଜଳ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଦୁର୍ଘଟଣାର ୨୬ ମିନିଟ୍‌ ପରେ ଟ୍ରେନକୁ ସମ୍ପୂର୍ଣ୍ଣ ଯାଞ୍ଚ କରି ୮ଟା ୪୩ ମିନିଟରେ ପୁଣି ଗନ୍ତବ୍ୟ ଉଦ୍ଦେଶ୍ୟରେ ଛଡା ଯାଇଛି। ଦୁର୍ଘଟଣା ପରେ ବନ୍ଦେଭାରତ ଏକ୍ସପ୍ରେସ୍‌ର ଏକ ବଗି ଅଲଗା ହୋଇଯାଇଥିବା ଦେଖାଯାଇଥିଲା। ତେବେ ଦୁର୍ଘଟଣାରେ ଯାତ୍ରୀ କୌଣସି ପ୍ରକାର ପ୍ରଭାବିତ ହୋଇ ନାହାନ୍ତି। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କୁହାଯାଇଛି।

Related Articles

Back to top button