
କ୍ଷମା ମାଗିଲେ ଅଭିନେତା ନାନା ପାଟେକର
ବିବାଦୀୟ ଘଟଣାକୁ ନେଇ ସଫେଇ ରଖିଲେ ଓ କ୍ଷମା ମାଗିଲେ ବଲିଉଡର ଜଣାଶୁଣା ତଥା ଭେଟେରାନ କଳାକାର ନାନା ପାଟେକର । ନିକଟରେ ନାନାଙ୍କ ଏକ ଭିିଡିଓ ବେଶ ଭାଇରାଲ ହୋଇଥିଲା । ଭିଡିଓରେ ଦେଖିବାକୁ ମିଳିଥିଲା କି ନାନା ଜଣେ ଯୁବକଙ୍କୁ ମୁଣ୍ଡକୁ ମାଡ ମାରୁଛନ୍ତି । ପରେ ସେଠାରେ ଥିବା ଜଣେ ବ୍ୟକ୍ତି ଯୁବକଙ୍କୁ ଧକ୍କା ମାରି ସେଠାରୁ ବାହାର କରିଦେଇଥିଲେ । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ସମାଲୋଚନାକୁ ଘେରକୁ ଆସିଥିଲେ ନାନା ପାଟେକର । ଘଟଣାକୁ ନେଇ ମୁହଁ ଖୋଲିବା ସହ ସଫେଇ ରଖିଛନ୍ତି । ଯାହା ଘଟିଛି ତାହା ଅଜାଣତରେ ଘଟିଛି । ଫିଲ୍ମର ଏକ ଦୃଶ୍ୟର ସୁଟିଂ ଭାବି ସେ ଏଭଳି ବ୍ୟବହାର କରିଥିଲେ । ଯୁବକ ଜଣଙ୍କ କଳାକାର ନୁହଁନ୍ତି ବୋଲି ସେ ପରବର୍ତୀ ସମୟରେ ଜାଣିବାକୁ ପାଇଥିଲେ । ତେବେ ଯାହାବି ସେ କରିଛନ୍ତି ଏଥିପାଇଁ ଦୁଖିତ ଓ ମନୋଭାବନାକୁ ଆଘାତ ଦେଇଥିବାରୁ କ୍ଷମା ମାଗିଛନ୍ତି ନାନା ପାଟେକର ।