ବିକ୍ରମ ଦୋରାଇସ୍ବାମୀ ଇଂଲଣ୍ଡରେ ଭାରତର ନୂଆ ହାଇ କମିଶନର ନିଯୁକ୍ତ

ନୂଆଦିଲ୍ଲୀ: ଅଭିଜ୍ଞ କୂଟନୀତିଜ୍ଞ ବିକ୍ରମ କେ. ଦୋରାଇସ୍ବାମୀ ମଙ୍ଗଳବାର ବ୍ରିଟେନରେ ଭାରତର ନୂତନ ହାଇ କମିଶନର ଭାବରେ ନିଯୁକ୍ତ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ରଣନୀତିକ ସମ୍ପର୍କକୁ ଦୃଷ୍ଟିରେ ରଖି ଏହା ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଭାବରେ ବିବେଚନା କରାଯାଉଛି।

୧୯୯୨ ବ୍ୟାଚ ଭାରତୀୟ ବୈଦେଶିକ ସେବା ଅଧିକାରୀ ବିକ୍ରମ ବର୍ତ୍ତମାନ ବାଂଲାଦେଶରେ ଭାରତୀୟ ହାଇ କମିଶନର ଭାବରେ କାର୍ଯ୍ୟ କରୁଛନ୍ତି। ଖୁବ ଶୀଘ୍ର ସେ ଇଂଲଣ୍ଡରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି।

ଅକ୍ଟୋବର ୨୦୨୦ରେ ଢ଼ାକାରେ ବିକ୍ରମ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ବହୁ ଉନ୍ନତି ଘଟିଥିଲା। ଇଂଲଣ୍ଡର ହାଇ କମିଶନର ଗାୟତ୍ରୀ ଇସର କୁମାର ୩୦ ଜୁନରେ ସେବାରୁ ଅବସର ନେଇଥିଲେ। ଏବେ ସେଠାରେ ବିକ୍ରମ କାର୍ଯ୍ୟ କରିବେ।

Related Articles

Back to top button