ସେପ୍ଟେମ୍ବର ୨ରେ ନୌସେନାରେ ସାମିଲ ହେବ ଆଇଏସି ବିକ୍ରାନ୍ତ
ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ବିମାନ ବାହକ ଜାହାଜ ଆଇଏସି ବିକ୍ରାନ୍ତ ସେପ୍ଟମ୍ବର ୨ରେ ନୌସେନାରେ ସାମିଲ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ବିଧିବଦ୍ଧ ଭାବେ ସାମିଲ କରାଇବେ । ୨୦ ହଜାର କୋଟିରେ ଏହି ଯୁଦ୍ଧ ଜାହାଜକୁ କୋଚିନ ସିପୟାର୍ଡ ଲିମିଟେଡ ନିର୍ମାଣ କରିଥିଲା । ଏହି ଯୁଦ୍ଧ ଜାହାଜରେ ମିଗ-୨୯, କାମୋବ-୩୧ ହେଲିକ୍ୟାପ୍ଟର, ଏମଏଚ-୬୦ ଆର ମଲ୍ଟି ଟ୍ୟାସ୍କିଙ୍ଗ ହେଲିକ୍ୟାପ୍ଟର ପରି ଲଢ଼ୁଆ ବିମାନକୁ ନିୟୋଜିତ କରାଯିବ । ଏହି ଯୁଦ୍ଧ ଜାହାଜ ନାମ ଭାରତର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନଏସ ବିକ୍ରାନ୍ତ ଯାହାକି ୧୯୭୧ ଭାରତ-ପାକ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ନାମରେ ରଖାଯାଇଛି । ବିଶ୍ୱର ହାତ ଗଣତି ଦେଶ ନିକଟରେ ଏ ଭଳି ବିମାନ ବାହକ ଯୁଦ୍ଧ ଜାହାଜ ରହିଛି । ଏହାର ଲମ୍ବ ୨୬୨ ମିଟର ହୋଇଥିବା ବେଳେ ଚୌଡା ଏବଂ ଉଚ୍ଚତା ଯଥାକ୍ରମେ ୬୨ ଓ ୫୯ ରହିଛି । ୨୦୦୯ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।