କୋଲହାପୁରରେ ହିଂସା: ଇଣ୍ଟରନେଟ୍ ବନ୍ଦ, ୧୪୪ ଧାରା ଲାଗୁ

କୋଲହାପୁର : ମହାରାଷ୍ଟ୍ରର କୋଲହାପୁରରେ ହୋଇଥିବା ହିଂସାକାଣ୍ଡ ପରେ ପୋଲିସ ଆକସନ୍ ମୋଡକୁ ଆସିଛି । ପୋଲିସ ମୋଟ ୩୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଦୁଇଜଣ ନାବାଳକ ଅଛନ୍ତି ।

ସମ୍ପ୍ରତି ଘଟଣାର ଗୁଜବକୁ ରୋକିବା ପାଇଁ ପ୍ରଶାସନ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରିଛି । ଏମିତି କହି ପାରିବା ଇଣ୍ଟରନେଟ ଉପରେ କଟକଣା ଲଗାଯାଇଛି । ଏହା ସହ ସହରରେ ଧାରା ୧୪୪ ମଧ୍ୟ ଲାଗୁ କରାଯାଇଛି ।

ଏହା ବ୍ୟତୀତ ସୋସିଆଲ ମିଡିଆରେ ଔରଙ୍ଗଜେବଙ୍କ ପ୍ରସଙ୍ଗରେ ହୋଇଥିବା ବିବାଦରେ କୋଲହାପୁର ପୋଲିସ ୨ଟି ଏଫଆଇଆର ଦାୟର କରିଛି ।

Related Articles

Back to top button