ଶିବସେନାର ଦୁଇ ଗୋଷ୍ଠୀଙ୍କୁ ମିଳିଲା ଦୁଇ ନୂଆ ଦଳର ନାମ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଶିବସେନାର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଦୁଇ ଗୋଷ୍ଠୀଙ୍କୁ  ନୂଆ ନାମ ମିଳିଛି । କିଛି ଦିନ ଧରି ଉଦ୍ଧବଙ୍କ ଗୋଷ୍ଠୀ ଏବଂ ଏକନାଥଙ୍କ ଗୋଷ୍ଠୀଙ୍କ ମଧ୍ୟରେ ଦଳର ନାମ ଓ ଚିହ୍ନକୁ ନେଇ ବିବାଦ ଲାଗି ରହିଥିଲା । ଏହି ମାମଲା ସୁପ୍ରିମକୋର୍ଟରେ ପହଁଚିବା ପରେ ବିବାଦର ସମାଧାନ କରିବାକୁ ଯାଇ ନିର୍ବାଚନ କମିଶନଙ୍କୁ ନିଷ୍ପତ୍ତି ନେବାକୁ କୋର୍ଟ ନିର୍ଦେଶ ଦେଇଥିଲେ ।  ଶେଷରେ ନିର୍ବାଚନ କମିଶନ ତାଙ୍କର ନିଷ୍ପତ୍ତି ଶୁଣାଇଛନ୍ତି ।

ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ନିର୍ବାଚନ ଚିହ୍ନ ମିଳିଛି ମଶାଲ ଚିହ୍ନ । ଏହା ସହ  ଉଦ୍ଧବ ଗୋଷ୍ଠୀଙ୍କୁ ଦଳର ନାମ ମିଳିଛି ଶିବସେନା ଉଦ୍ଧବ ବାଲାସାହେବ ଠାକରେ  ।

ସେପଟେ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଦଳର ନୂଆ ନାମ ବାଲା ସାହେବଚି ଶିବସେନା ମିଳିଛି । ଯାହାର ଅର୍ଥ ହେଉଛି ବାଲସାହେବଙ୍କ ଶିବସେନା । ଏହି ଦୁଇ ନୂଆ ନାମରେ ଆଗାମୀ ଉପନିର୍ବାଚନରେ ଭାଗନେବେ ଦୁଇ ଦଳ । ତେବେ ସିନ୍ଦେ ଗୋଷ୍ଠୀଙ୍କୁ ଦଳୀୟ ଚିହ୍ନ ପାଇଁ ତିନୋଟି ଚିହ୍ନ ବାଛିବା ପାଇଁ କୁହାଯାଇଛି । ସିନ୍ଦେ ଗୋଷ୍ଠୀ ଗଦା ବା ତ୍ରିଶୁଳ ନିର୍ବାଚନ ଚିହ୍ନ ଚାହିଁଥିଲେ । ତେବେ ଏହି ଦୁଇ ଚିହ୍ନ ଧାର୍ମିକ ଚିହ୍ନ ହୋଇଥିବାରୁ ନିର୍ବାଚନ କମିଶନ ଏହାକୁ ଗ୍ରହଣ କରିନାହାଁନ୍ତି । ପୂର୍ବରୁ  ଶିବସେନାର ଦଳୀୟ ଚିହ୍ନକୁ ନିର୍ବାଚନ କମିଶନ ଫ୍ରିଜ କରିଦେଇଛନ୍ତି । ନୂଆ ନାମ ଓ ଚିହ୍ନ ମିଳିବା ପରେ ଉଦ୍ଧବ ଠାକରେ ମଶାଲ ଧରି ତାଙ୍କ ସମର୍ଥକଙ୍କ ସହ ଖୁସି ମନାଇଛନ୍ତି ।

Related Articles

Back to top button