ଅନେକ ୱାକଫ ସମ୍ପତ୍ତି କେବଳ ମୁସଲମାନମାନଙ୍କ ମଧ୍ୟରେ ସୀମିତ ନୁହେଁ : କେନ୍ଦ୍ରସରକାର

କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟକୁ କହିଛନ୍ତି ଯେ ଅନେକ ୱାକଫ ସମ୍ପତ୍ତି କେବଳ ମୁସଲମାନମାନଙ୍କ ମଧ୍ୟରେ ସୀମିତ ନୁହେଁ ବରଂ ଏଥିରେ ଅନ୍ୟ ସମ୍ପ୍ରଦାୟର ଅଧିକାର ଏବଂ ଦାବି ମଧ୍ୟ ଜଡିତ। ସରକାରଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଏହି ସମ୍ପତ୍ତିଗୁଡ଼ିକୁ ନିୟନ୍ତ୍ରଣ କରିବା ଏକ ସାର୍ବଜନୀନ ଶୃଙ୍ଖଳା ସମସ୍ୟା ହୋଇପାରେ କାରଣ ଏପରି ବିବାଦର ବ୍ୟାପକ ପରିଣାମ ହୋଇପାରେ। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରି କହିଥିଲେ ଯେ ‘ସାମ୍ବିଧାନିକତାର ଧାରଣା’ ଏହା ସପକ୍ଷରେ ଥିବାରୁ ଏହି ଆଇନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇପାରିବ ନାହିଁ।ୱାକଫ ସଂଶୋଧନ ଆଇନ ଅନୁସାରେ ଅଭିଭାବକଙ୍କ କାମ ଧର୍ମ ନିରପେକ୍ଷ ହୋଇଥାଏ ଏହି ଆଇନ ନିର୍ବାଚିତ ଜନପ୍ରତିନିଧିଙ୍କ ଭାବନାକୁ ଦର୍ଶାଉଛି। ସେହିମାନେ ହିଁ ଆଇନକୁ ବହୁମତରେ ଗୃହୀତ କରାଇଛନ୍ତି। କେନ୍ଦ୍ର ସରକାର କୋର୍ଟରେ ୱାକଫକୁ ନେଇ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ସେଥିରେ କୁହାଯାଇଛି ଯେ ସଂସଦ ଦ୍ୱାରା ଗୃହୀତ ଆଇନକୁ ସମ୍ବିଧାନିକ ରୂପେ ବୈଧ ବୋଲି କୁହାଯାଏ। ବିଶେଷ କରି ସଂଯୁକ୍ତ ସଂସଦୀୟ କମିଟି (ଜେପିସି)ଙ୍କ ସୁପାରିସ ଓ ସଂସଦରେ ବ୍ୟାପକ ତର୍କ ପରେ ବିଧେୟକ ଆଇନରେ ପରିଣତ ହୋଇଛି।

କେନ୍ଦ୍ର ସରକାର କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ ଏବେ ଆଇନର କୌଣସି ପ୍ରାବଧାନ ଉପରେ ଅନ୍ତରୀଣ ରୋକ ଲଗା ନଯାଉ। ଏହି ସଂଶୋଧିତ ଆଇନ ଦ୍ୱାରା କୌଣସି ବ୍ୟକ୍ତିଙ୍କ ୱାକଫ କରିବାରେ ଧାର୍ମିକ ଅଧିକାରରେ କୌଣସି ହସ୍ତକ୍ଷେପ ହେଉ ନାହିଁ। କେବଳ ପ୍ରବନ୍ଧନ ଓ ପାରଦର୍ଶିତା ସୁନିଶ୍ଚିତ କରିବା ପାଇଁ ଏହି ଆଇନରେ ପରିବର୍ତ୍ତନ କରାଯାଇଛି।

Related Articles

Back to top button