ଦେଶରେ କରୋନା ଭେକ୍ସିନ ଯୋଗୁ ହୋଇଥିବା ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟରେ ଜବାବ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ କରୋନା ଭେକ୍ସିନ ଯୋଗୁ ହୋଇଥିବା ମୃତ୍ୟୁକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ତାଙ୍କର ପକ୍ଷ ରଖିଛନ୍ତି। ଏ ବାବଦେ ସରକାର କୋର୍ଟରେ ଏକ ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି। ଯେଉଁଥିରେ କରୋନା ଟିକା ନେଇ ପ୍ରାଣ ହରାଇଥିବା ଲୋକେ ଓ ସେମାନଙ୍କ ପରିବାର ପ୍ରତି ଆମର ଦରଦ ଥିବା କହିଛନ୍ତି, ତେବେ ଟିକାର କୌଣସି ପ୍ରତିକୂଳ ପ୍ରଭାବ ଲାଗି ଆମକୁ ଦାୟୀ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି।

ସତ୍ୟପାଠରେ ସରକାର ଉଲ୍ଲେଖ କରିଛନ୍ତି ଯେ ଯେଉଁ ମାମଲାରେ ଭେକ୍ସିନ ଯୋଗୁ ମୃତ୍ୟୁ ହୋଇଛି ଏଥିରେ ସିଭିଲ କୋର୍ଟରେ ମୋକଦ୍ଦମା କରି କ୍ଷତିପୂରଣ ଦାବି କରାଯାଇପାରେ। ଉଲ୍ଲେଖଯୋଗ୍ୟ ଯେ ୨୦୨୧ରେ କରୋନା ଟିକା ନେବା ପରେ ୨ ଜଣ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଯୁବତୀଙ୍କ ମାତାପିତା ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ। ଏହି ପିଟିସନ ଉପରେ କେନ୍ଦ୍ର ସରକାର ମଙ୍ଗଳବାର ତାଙ୍କର ଜବାବ ରଖିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଦାଖଲ ସତ୍ୟପାଠରେ ଟିକାର ପ୍ରତିକୂଳ ପ୍ରଭାବ କାରଣରୁ କ୍ୱଚିତ ମୃତ୍ୟୁ ହୋଇଥିବା ଏ କ୍ଷତିପୂରଣ ଲାଗି କେନ୍ଦ୍ର ସରକାରଙ୍କୁ ଦାୟି କରିବା ଆଇନତଃ ଉଚିତ ହେବ ନାହିଁ ବୋଲି କହିଛନ୍ତି। ଏଥିରେ କୁହାଯାଇଛି ଯେ ମାତ୍ର ଗୋଟିଏ ମାମଲାରେ ଏଇଏଫଆଇଙ୍କ କମିଟି ମୃତ୍ୟୁର କାରଣ ଟିକାର ପ୍ରତିକୂଳ ପ୍ରଭାବ ବୋଲି କହିଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କର ଟିକା କରଣ ପ୍ରତିକୂଳ ପ୍ରଭାବରେ ମୃତ୍ୟୁ ହୋଇଥାଏ ତେବେ ପରିବାର ଏ ବାବଦେ ସିଭିଲ କୋର୍ଟରେ ମୋକଦ୍ଦମା କରିପାରିବେ ବୋଲି କୁହାଯାଇଛି।

କେନ୍ଦ୍ର ସରକାର କହିଛନ୍ତି ଯେ ସହମତିର ପ୍ରଶ୍ନ ଭେକ୍ସିନ ଭଳି ଔଷଧର ସ୍ୱେଛିକ ଉପଯୋଗ ଉପରେ ଲାଗୁ ହୁଏନି। ତେବେ ପିଟିସନରେ କୋଭିଡ ଭେକ୍ସିନରେ ମୃତ୍ୟୁ ମାମଲାର ସ୍ୱତନ୍ତ୍ର ଯାଞ୍ଚକରାଯାଉ ଓ ଟିକାକରଣ ପରେ କୌଣସି ପ୍ରକାର ପ୍ରତିକୂଳ ପ୍ରଭାବର ସମୟ ଥାଉ ସନ୍ଧାନ କରି ଏଥିରୁ ପ୍ରାଣ ରକ୍ଷା ପାଇଁ ଉପାୟ କରିବା ନିମନ୍ତେ ନିବେଦନ କରାଯାଇଛି। ଏଥିରେ ଆବେଦନକାରୀଙ୍କ ଓକିଲ କଲିନ୍ ଗୋଞ୍ଜାଲଭିସ୍ ଯଦି ଟିକା ନେବାର ବିପଦ ସମ୍ପର୍କରେ ପୂର୍ବରୁ ସଚେତ କରାଇ ଦିଆଯାଇଥାନ୍ତା ତେବେ ଏପରି ମୃତ୍ୟୁ ହୋଇନଥାନ୍ତା ବୋଲି କୋର୍ଟଙ୍କୁ କହିଛନ୍ତି।

Related Articles

Back to top button