ବାତ୍ୟା ସିତ୍ରଙ୍ଗ ଲାଗି କର୍ମଚାରୀଙ୍କ ଛୁଟି ବାତିଲ କଲେ ପଶ୍ଚିମବଙ୍ଗ ସରକାର

କୋଲକାତା: ବଙ୍ଗୋପସାଗରରେ ସମ୍ଭାବିତ ଘୂର୍ଣ୍ଣିବାତ୍ୟା ‘ସିତରଙ୍ଗ’ ଯୋଗୁ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଆଗାମୀ ସପ୍ତାହ ପ୍ରାରମ୍ଭରେ ବର୍ଷା ସାଙ୍ଗକୁ ବତାସ ବହିବାର ଆଶଙ୍କା କରାଯାଉଛି। ଘୂର୍ଣ୍ଣିବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଗତିକରିବ ବୋଲି ଅନୁମାନ କରାଯାଉଛି। ଏଥିଲାଗି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶୁକ୍ରବାର ସୂଚିତ କରିଛନ୍ତି। ଏଣୁ ସମ୍ଭାବିତ ଘୂର୍ଣ୍ଣିବାତ୍ୟା ଲାଗି ପଶ୍ଚିମବଙ୍ଗ ସରକାର ସତର୍କତା ଜାରି କରିଛନ୍ତି।

ପଶ୍ଚିମବଙ୍ଗରେ ବିପର୍ଯ୍ୟୟ, ବିଦ୍ୟୁତ ଓ ରିଲିଫ କାମ ସହ ସମ୍ପୃକ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି। ଏହା ଛଡା ବାତ୍ୟାରେ ପ୍ରଭାବିତ ହେବାର ଆଶଙ୍କା କରାଯାଉଥିବା ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ କାଢିବା ଲାଗି ଏବେ ପଦକ୍ଷେପ ନିଆଯାଇଥିବା ଜନୈକ ଅଧିକାରୀ କହିଛନ୍ତି। ଆଇଏମଡି ଅନୁସାରେ ଘୂର୍ଣ୍ଣିବାତ୍ୟା ସୋମବାର ତୀବ୍ରରୂପ ନେବ, ତେବେ ତା ପୂର୍ବରୁ ଶନିବାର ଲଘୁଚାପ କ୍ଷେତ୍ର ଓ ରବିବାର ଗଭୀର ଚାପକ୍ଷେତ୍ରରେ ପରିଣତ ହେବ।

ଘୂର୍ଣ୍ଣିବାତ୍ୟା ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳକୁ ମୁହାଁଇବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବାତ୍ୟାର ନାମ ‘ସିତରଙ୍ଗ’ ନାମ ଦିଆଯିବାର ଅନୁମାନ କରାଯାଉଛି। ଏହି ନାମ ଥାଇଲ୍ୟାଣ୍ଡ ଦେଇଛି। ପଶ୍ଚିମବଙ୍ଗ ମନ୍ତ୍ରୀ ଅରୂପ ବିଶ୍ୱାସ କହିଛନ୍ତି ଯେ ସମସ୍ତ ଜିଲ୍ଲା ଓ ଉପକୂଳବର୍ତ୍ତି ଜିଲ୍ଲାମାନଙ୍କର ସବୁ ଅଧିକାରୀଙ୍କ ଯେ କୌଣସି ପରିସ୍ଥିତିର ମୁକାବିଲା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହା ଛଡା ଦମକଳ ବିଭାଗ, ରାଜ୍ୟ ବିପର୍ଯ୍ୟୟ ପ୍ରସମନ ବଳ (ଏସଡିଆରଏଫ) ଓ ଜାତୀୟ ବିପର୍ଯ୍ୟୟ ପ୍ରସମନ ବଳ (ଏନଡିଆରଏଫ) କର୍ମଚାରୀଙ୍କୁ ଯେ କୌଣସି ପରିସ୍ଥିତି ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି।

ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ପଶ୍ଚିମବଙ୍ଗ ସରକାର ପୂର୍ବ ମେଦିନୀପୁର, ଦକ୍ଷିଣ ଚବିଶପ୍ରଗଣା ଓ ସୁନ୍ଦରବନର ନିମ୍ନାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବାର କାର୍ଯ୍ୟ ଆରମ୍ଭ କରିଦିଆ ଗଲାଣି। ଏହା ଛଡା ସମ୍ଭାବିତ ଘୂର୍ଣ୍ଣିବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତିରେ ସବୁ ଜିଲ୍ଲା ଅଧିକାରୀ, ପୋଲିସ ଅଧିକ୍ଷକ ଓ ଜରୁରୀ ବିଭାଗ କର୍ମଚାରୀଙ୍କ ଛୁଟି ରଦ୍ଦ କରିଦିଆଯାଇଥିବା ଅଧିକାରୀ କହିଛନ୍ତି।

ତେବେ ବାତ୍ୟା ଆସୁଥିବା ବେଳେ କୋଲକାତା ସହରରେ ଥିବା ପୁରୁଣା ଘରଗୁଡିକୁ ନେଇ ପ୍ରଶାସନ ଚିନ୍ତିତ ହୋଇପଡିଛି। ଏପରି ବିପଦଶଙ୍କୁଳ ଘରମାନଙ୍କରେ ବସବାସ କରୁଥିବା ଲୋକଙ୍କୁ ବାତ୍ୟା ପୂର୍ବରୁ ଖାଲି କରି କମ୍ୟୁନିଟି ସେଣ୍ଟରମାନଙ୍କରେ ରଖିବା ଲାଗି ନିଷ୍ପତ୍ତି ହୋଇଛି। ବାତ୍ୟାବେଳେ ଏପରି କମ୍ୟୁନିଟି ହଲମାନଙ୍କରେ ଶରଣ ନେଇଥିବା ଲୋକଙ୍କୁ ପର୍ଯ୍ୟାପ୍ତ ସେବା ପ୍ରଦାନ ଲାଗି ନଗରନିଗମ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଲୋକଙ୍କୁ ବାତ୍ୟା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବାରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସହାୟତା ମଧ୍ୟ କାମନା କରାଯାଇଛି।

Related Articles

Back to top button