ଇଲେକ୍ଟ୍ରିକ ବାହନ ବିକ୍ରିକୁ ଉତ୍ସାହିତ କରିବା ଲାଗି ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ ୪।୧୨: ଯଦି ଆପଣବି ନୂଆ ବର୍ଷରେ ବାହନ କିଣିବାକୁ ଯୋଜନା କରିଛନ୍ତି ନିଶ୍ଚିତ ଲାଭରେ ରହିବେ। ଏ ବାବଦେ କେନ୍ଦ୍ର ଭୂ-ପୃଷ୍ଠ ପରିବହନ ମନ୍ତ୍ରୀ ନିତିନ ଗଡକରି ବଡ଼ ଘୋଷଣା କରିଛନ୍ତି। ଏଥିରେ ଇଲେକ୍ଟ୍ରି ବାହନ କିଣୁଥିବା ଲୋକେ ବିଶେଷ ଲାଭବାନ ହେବେ। ରାଜ୍ୟ ସରକାରମାନଙ୍କ ଭଳି କେନ୍ଦ୍ର ସରକାର ମଧ୍ୟ ଦେଶରେ ଇଲେକ୍ଟ୍ରିକ ବାହନ ବିକ୍ରିକୁ ଉତ୍ସାହିତ କରିବା ଲାଗି ଯୋଜନା କରୁଛନ୍ତି। ଦେଶରେ ଇଲେକ୍ଟ୍ରିକ ଭେଇକ୍ଲର ବୁମ ଆସିବ ବୋଲି ନିତିନ ଗଡକରୀ ପୂର୍ବରୁ ଅନେକ ବାର କହିଛନ୍ତି।

ଦେଶରେ ୟୁପି ସମେତ ଅନେକ ରାଜ୍ୟ ସରକାର ଏବେ ଇଲେକ୍ଟ୍ରିକ୍ ଭେଇକ୍ଲ ଉପରେ ସବସିଡି ଘୋଷଣା କରିଛନ୍ତି। ଏଥିରେ ଖବର ଆସୁଛି ଏହି ଶ୍ରେଣୀୟ ବାହନ ଉପରେ କେନ୍ଦ୍ର ସରକାର ଖୁବ୍ ଶୀଘ୍ର କୌଣସି ବଡ ଘୋଷଣା କରିପାରନ୍ତି। ଯାହା ପରେ ସାଧାରଣ ଲୋକଙ୍କ ଲାଗି ଇଲେକ୍ଟ୍ରିକ ବାହନ କିଣିବା ବେଶ୍ ସହଜ ହୋଇଯିବ। କେନ୍ଦ୍ର ପରିବହନ ମନ୍ତ୍ରୀ ଏ ବାବଦେ ସୂଚନା ଦେଇଛନ୍ତି। ଦେଶରେ ପ୍ରଦୂଷଣକୁ ନେଇ କେନ୍ଦ୍ର ସରକାର ବେଶ୍ ଚିନ୍ତିତ। ଏଣୁ ସାରା ଦେଶରେ ଏବେ ଇଲେକ୍ଟ୍ରିକ୍ ବାହନ ବିକ୍ରିକୁ ଉତ୍ସାହିତ କରାଯାଉଛି। ଏଥିରେ ସରକାର ଏପରି ବାହନ ଉପରେ ରିହାତି ଦେବାକୁ ବିଚାର କରୁଛନ୍ତି।

ଆଶା କରାଯାଉଛି ନୂଆ ବର୍ଷ ଅର୍ଥାତ ଜାନୁୟାରୀରେ ଦେଶରେ ଇଲେକ୍ଟ୍ରିକ ବାହନ ବିକ୍ରିକୁ ନୂଆ ଦିଶା ମିଳିପାରେ। ଫଳରେ ପେଟ୍ରୋଲ ଡିଜେଲ ମୂଲ୍ୟ ବୃଦ୍ଧି ସାଙ୍ଗକୁ ପ୍ରଦୂଷଣରୁ ଲୋକଙ୍କୁ ଆଶ୍ୱସ୍ତି ମିଳିବ। ସରକାରଙ୍କ କହିବା କଥା ହେଲା ପେଟ୍ରୋଲ ଅଥବା ଡିଜେଲ ଅପେକ୍ଷା ଇଲେକ୍ଟ୍ରିକ ବାହନର ଚାଳନା ଓ ରକ୍ଷଣା ବେକ୍ଷଣ ଶସ୍ତା ହେବ। ଆଜିର ହିସାବରେ ପେଟ୍ରୋଲ ଗାଡି ଚଳାଇଲେ କିଲୋମିଟର ପିଛା ୭ ଟଙ୍କା ଖର୍ଚ୍ଚ ପଡୁଛି। ସେହି ଅନୁସାରେ ଇଲେକ୍ଟ୍ରିକ ବାହନ କିଲୋମିଟର ପିଛା ୧ ଟଙ୍କା ଖର୍ଚ୍ଚରେ ଚାଲି ପାରୁଛି।

ଦିଲ୍ଲୀ ଏନସିଆର ସମେତ ଦେଶର ପ୍ରମୁଖ ସ୍ଥଳମାନଙ୍କରେ ଇଲେକ୍ଟ୍ରିକ ଚାର୍ଜିଂ ପଏଣ୍ଟ ସ୍ଥାପନା ସମ୍ପର୍କରେ ମଧ୍ୟ ବିଚାର କରାଯାଉଛି। ଏହା ପରେ ଇଲେକ୍ଟ୍ରିକ ବାହନର ଚାର୍ଜିଂକୁ ନେଇ ଥିବା ସମସ୍ୟା ମଧ୍ୟ ଦୂର ହୋଇଯିବ। କେବଳ ଏତିକି ନୁହେଁ ଦେଶର ୬ ଗ୍ରିନ ଇଲେକ୍ଟ୍ରିକ୍ ହାଇୱେ ମଧ୍ୟ ଏବେ ନିର୍ମିତ ହେବାକୁ ଯାଉଛି।

Related Articles

Back to top button