ଗତ ୨୧ ମାସରେ ସର୍ବନିମ୍ନ ସ୍ତରରେ ହୋଲ୍‌ସେଲ୍ ମୁଦ୍ରାସ୍ପିତି ସୂଚକାଙ୍କ: ହ୍ରାସ ପାଇଲା ପନିପରିବା ଏବଂ ଖାଦ୍ୟ ସାମଗ୍ରୀର ହୋଲସେଲ୍ ମୂଲ୍ୟ

ନୁଆଦିଲ୍ଲୀ: ଦେଶରେ ଲାଗି ରହିଥିବା ମହଙ୍ଗା ମାଡ଼ ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବିଭିନ୍ନ ଖାଦ୍ୟ ପଦାର୍ଥ ଏବଂ ପନିପରିବାର ହୋଲସେଲ୍ ମୂଲ୍ୟ ହ୍ରାସ ପାଇଛି । ନଭେମ୍ବରରେ ହୋଲ୍‌ସେଲ୍ ମୁଦ୍ରାସ୍ପିତି ସୂଚକାଙ୍କ(ଡବ୍ଲ୍ୟୁପିଆଇ) ଗତ ୨୧ ମାସରେ ସର୍ବନିମ୍ନ ସ୍ତରରେ ରହିଛି । ସୂଚନାଯୋଗ୍ୟ ନଭେମ୍ବର ୨୦୨୧ରେ ହୋଲସେଲ୍ ମୂଲ୍ୟ ହାର ୧୪.୮୭ ପ୍ରତିଶତ ଥିଲା । ଏହାପରେ ୧୯ ମାସ ଧରି ଏହି ହାର ୧୦ ପ୍ରତିଶତ ଥିଲା । ତେବେ ଗତ ଅକ୍ଟୋବରରେ ଏହା ୮.୩୯ ପ୍ରତିଶତକୁ ହ୍ରାସ ପାଇଥିଲା ।

ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ବୁଧବାର ଦିନ କହିଛନ୍ତି, ‘ନଭେମ୍ବର ୨୦୨୨ ରେ ମୁଦ୍ରାସ୍ଫୀତି ହାର ହ୍ରାସ ହେବାର ମୁଖ୍ୟ କାରଣ ହେଉଛି ଖାଦ୍ୟ ସାମଗ୍ରୀ, ମୌଳିକ ଧାତୁ, ବସ୍ତ୍ର, ରାସାୟନିକ ପଦାର୍ଥ ଏବଂ ରାସାୟନିକ ପଦାର୍ଥ, କାଗଜ ଏବଂ ଉତ୍ପାଦଗୁଡ଼ିକର ମୂଲ୍ୟ ହ୍ରାସ ପାଇବା । ତେବେ ନଭେମ୍ବର ୨୦୨୨ ପୂର୍ବରୁ ସର୍ବନିମ୍ନ ସ୍ତରର ମୁଦ୍ରାସ୍ଫୀତି ଫେବୃଆରୀ ୨୦୨୧ ରେ ଥିଲା ଯେତେବେଳେ ଡବ୍ଲ୍ୟୁପିଆଇ ମୁଦ୍ରାସ୍ଫୀତି ୪.୮୩ ପ୍ରତିଶତ ଥିଲା ।

ସେହିପରି ଗତମାସରେ ଖାଦ୍ୟ ପଦାର୍ଥର ମହଙ୍ଗା ହାର ୧.୦୭ ପ୍ରତିଶତ ଥିଲା । ଯାହା ଅକ୍ଟୋବର ମାସରେ ୮.୩୩ ପ୍ରତିଶତ ଥିଲା । ନଭେମ୍ବରରେ ପନିପରିବାର ମୂଲ୍ୟରେ ୨୦.୦୮ ପ୍ରତିଶତ ହ୍ରାସ ପାଇଥିଲା, ଯେତେବେଳେ କି ଅକ୍ଟୋବରରେ ଏହା ୧୭.୬୧ ପ୍ରତଶତ ବୃଦ୍ଧି ପାଇଥିଲା । ସେହିପରି ନଭେମ୍ବରରେ ଇନ୍ଧନ ଏବଂ ଏନାର୍ଯ୍ୟ କ୍ଷେତ୍ରରେ ମୁଦ୍ରାସ୍ଫୀତି ୧୭.୩୫ ପ୍ରତିଶତ ଥିବାବେଳେ ଉତ୍ପାଦିତ ସାମଗ୍ରୀରେ ଏହା ୩.୫୯ ପ୍ରତିଶତ ଥିଲା ।

Related Articles

Back to top button