ଆଜି ‘ଗୁଡ ଫ୍ରାଇ ଡେ’: ଖ୍ରୀଷ୍ଟିଆନ ଧର୍ମରେ ଅଭିନନ୍ଦନ ଜଣାଯାଏ ନାହିଁ

ଭୁବନେଶ୍ୱର: ଏପ୍ରିଲର ପ୍ରଥମ ସପ୍ତାହରେ ପଡୁଥିବା ଶୁକ୍ରବାରକୁ ଶୁଭ ଶୁକ୍ରବାର ବା ଗୁଡ ଫ୍ରାଇ ଡେ ବୋଲି କୁହାଯାଏ। ଏହି ଦିନ ଖ୍ରୀଷ୍ଟିଆନ ଧର୍ମର ଲୋକଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। ବିଶ୍ୱର ଅଧିକାଂଶ ଦେଶ ସହ ଭାରତରେ ମଧ୍ୟ ଏହି ଦିନକୁ ପାଳନ କରାଯାଏ।

କିନ୍ତୁ ଆପଣ ଜାଣନ୍ତି କି ଏହି ଦିନରେ ଲୋକମାନେ ପରସ୍ପରକୁ ଶୁଭେଚ୍ଛା ଜଣାନ୍ତ ନାହିଁ ? ଗୁଡ ଫ୍ରାଇ ଡେ ବିଷୟରେ ବାଇବଲରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ତେବେ ଆସନ୍ତୁ ଜାଣିବା କାହିଁକି ଖ୍ରୀଷ୍ଟିଆନ ଧର୍ମରେ ପରସ୍ପରକୁ ଗୁଡ ଫ୍ରାଇ ଡେ ଅଭିନନ୍ଦନ ଜଣାଯାଏ ନାହିଁ କାହିଁକି?

ଗୁଡ ଫ୍ରାଇ ଡେ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ସହ ଜଡିତ ଅନେକ ବିଶେଷ ସୂଚନା ବାଇବଲରେ ଦିଆଯାଇଛି । ଯାହା ମାଧ୍ୟମରେ ଆପଣ ଇତିହାସ ଜାଣିବାର ସୁଯୋଗ ମିଳେ । ଇତିହାସ ଅନୁଯାୟୀ, ଶୁକ୍ରବାର ଦିନ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରସ୍ ଖୁଣ୍ଟରେ ଚଢା ଯାଇଥିଲା । ତେଣୁ ଏହି ଦିନକୁ ଶୋକ ଭାବରେ ସ୍ମରଣ କରାଯାଏ । ଏହି ଦିନ ପରସ୍ପରକୁ ଅଭିନନ୍ଦନ ଜଣାଇବା ପରିବର୍ତ୍ତେ ଆମେ ସମବେଦନା ଜଣାଇବା ଉଚିତ୍ । ଏହି ଦିନ ଚର୍ଚ୍ଚରେ ଘଣ୍ଟି ବଜାଯାଏ ନାହିଁ ଏବଂ ଏକ ସମବେଦନା ସଭାର  ଆୟୋଜନ ।

ଯୀଶୁ ଖ୍ରୀଷ୍ଟଙ୍କ କ୍ରଶ୍ ବିଦ୍ଧ ସ୍ମୃତିରେ ପ୍ରତିବର୍ଷ ଏହିପରି ଶୁଭ ଶୁକ୍ରବାର ପାଳନ କରାଯାଏ । ଏହି ଦିନ ଖ୍ରୀଷ୍ଟଧର୍ମର ଲୋକମାନେ ଉପବାସ ରଖନ୍ତି ଏବଂ ଚର୍ଚ୍ଚ ପ୍ରାର୍ଥନାରେ ଅଂଶଗ୍ରହଣ କରନ୍ତି । ଏହି ଦିନ ଚର୍ଚ୍ଚରୁ ଏକ ପାଲଙ୍କି ବାହାରିଥାଏ । ଶୁଭ ଶୁକ୍ରବାର ପରେ ଯେଉଁ ରବିବାର ଆସେ ଇଷ୍ଟର ରବିବାର ଭାବରେ ପାଳନ କରାଯାଏ । ବିଶ୍ୱାସ କରାଯାଏ ଯେ ଯୀଶୁଖ୍ରୀଷ୍ଟ ମୃତ୍ୟୁର ତିନି ଦିନ ପରେ ପୁନରୁତ୍ଥିତ ବା ଜୀବିତ ହୋଇଥିଲେ। କରାଯାଏ ।

Related Articles

Back to top button