ବିଦ୍ୟୁତ ବିଭାଗ କୋଠାରୁ ପ୍ଳାଷ୍ଟର ଖସୁଛି, କର୍ମଚାରୀମାନଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ବିଦ୍ୟୁତ ବିଭାଗର ଅଫିସରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଡ୍ୟୁଟି କରିବା ସମୟରେ ସମସ୍ତ କର୍ମଚାରୀ ହେଲମେଟ ପିନ୍ଧି କାମ କରିବେ । ତେବେ ଏହାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଅଫିସର ପରିସ୍ଥିତି ବିପଦରେ ରହିଥିବାରୁ ଏପରି ଏକ ନିୟମ ଲାଗୁ କରାଯାଇଛି । ଅନେକ ସମୟରେ ଘରର ପ୍ଳାଷ୍ଟର ଖସୁଥିବା ଏଠାକାର ଲୋକମାନେ ବାରମ୍ବାର ଅଭିଯୋଗ କରିଛନ୍ତି । ତେଣୁ କର୍ମଚାରୀମାନଙ୍କ ଜୀବନ ପ୍ରତି ବିପଦ ମଧ୍ୟ ଲାଗି ରହିଛି । ଏହାବ୍ୟତୀତ ବର୍ଷା ଋତୁରେ ଛାତରୁ ପାଣି ମଧ୍ୟ ପଡିଥାଏ । ସେଥିପାଇଁ ବିଦ୍ୟୁତ ବିଭାଗର କର୍ମଚାରୀ ହେଲମେଟ ପିନ୍ଧି କାମ କରିଥାନ୍ତି ।

ବାଗପତର ଏହି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ସହାୟକ ଇଞ୍ଜିନୟର, ନୋଡାଲ ଅଧିକାରୀ ଏବଂ ଜୁନିୟର ଇଞ୍ଜିନିୟରଙ୍କ ସମେତ ୪୫ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ତେବେ ପ୍ରତିଦିନ ଏମାନେ ଏଭଳି ବିପଦଶଙ୍କୁଳ ଅବସ୍ଥାରେ କାର୍ଯ୍ୟ କରୁଥିବାର ଦେଖାଯାଉଛି । ସେପଟେ ଅଫିସର ଏଭଳି ଦୟନୀୟ ସ୍ଥିତିକୁ ସୁଧାରିବା ପାଇଁ ବାରମ୍ବାର ଅଭିଯୋଗ ପରେ ବି ମରାମତି କାମ ଉପରେ ଗୁରୁତ୍ୱ ଦିଆଯାଇନାହିଁ । କିନ୍ତୁ ଏହାମଧ୍ୟରେ ଅଫିସ ଭିତରୁ ଏବେ କର୍ମଚାରୀମାନଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି ।

Related Articles

Back to top button