ବହରାଇଚରେ ଥମୁ ନାହିଁ ଗଧିଆ ଆତଙ୍କ

ଉତ୍ତର ପ୍ରଦେଶ ବହରାଇଚରେ ଗଧିଆ ଆତଙ୍କ ଥମିବାର ନା ଧରୁନି। ଗଧିଆ ଅଧିକ ବିପଜ୍ଜନକ ଏବଂ ରକ୍ତମୁଖା ହୋଇ ଉଠିଛନ୍ତି। ସୋମବାର ଜଣେ ମହିଳାଙ୍କୁ ଗୁରୁତର ଆହତ କରିଥିବାବେଳେ ଆଜି ଘରେ ପଶି ଜଣେ ୫ ବର୍ଷର ଶିଶୁକୁ ଲହୁଲୁହାଣ କରିଥିବା ସୂଚନା ମିଳିଛି।ସୂଚନା ଅନୁଯାୟୀ, ରବିବାର ରାତି ଗୋଟାଏରେ ନାଉବନ ଗରାଠି ଗାଁରେ ମାଆ ପାଖରେ ଶୋଇଥିବା ୩ ବର୍ଷର ଶିଶୁକୁ ଗଧିଆ ଉଠାଇ ନେଇଥିଲା। ମାଆ ଚିତ୍କାର କରି ପଛରେ ଧାଇଁଥିଲେ ମଧ୍ୟ ଆଖି ପିଛୁଳାକେ ଗଧିଆ ଗାଏବ ହୋଇ ଯାଇଥିଲା। ୨ ଘଣ୍ଟା ପରେ ଘରଠୁ ଏକ କିମି ଦୂରରୁ ଶିଶୁର ବୀଭତ୍ସ ମୃତଦେହ ଉଦ୍ଧାର କରାଯାଇଥିଲା। ଗଧିଆ ଶିଶୁକୁ ମାରି ତାର ଦୁଇ ହାତ ଖାଇ ଦେଇଥିଲା। ପରିବାରର ଏକମାତ୍ର ଶିଶୁର ମୃତଦେହ ଦେଖି ମାଆ ଚେତା ହରାଇ ପଡ଼ି ଯାଇଥିଲା। ଏହାର ୩ ଘଣ୍ଟା ପରେ ୨ କିମି ଦୂର କୋଟିଆ ଗାଁରେ ଜଣେ ମହିଳାଙ୍କ ଉପରେ ଗଧିଆ ଆକ୍ରମଣ କରିଥିଲେ। ମହିଳା ଚିତ୍କାର କରିବାରୁ ଗଧିଆ ପଳାଇ ଥିଲେ। ଏବେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ବହରାଇଚରେ ଗତ ୪୮ ଦିନରେ ଗଧିଆ ଆକ୍ରମଣରେ ୭ ଶିଶୁ ଏବଂ ଜଣେ ମହିଳାଙ୍କ ଜୀବନ ଗଲାଣି।

Related Articles

Back to top button