ଏଣିକି ସପ୍ତାହକୁ ୫ ଦିନ ହେବ ବ୍ୟାଙ୍କ କାମଚାରୀଙ୍କ କାର୍ଯ୍ୟ ଦିବସ

ନୂଆଦିଲ୍ଲୀ :  ଭାରତର ବ୍ୟାଙ୍କ କର୍ମଚାରୀମାନଙ୍କୁ ଖୁବ୍ ଶୀଘ୍ର ଏକ ବଡ଼ ଉପହାର ମିଳିପାରେ। ଏଣିକି ବ୍ୟାଙ୍କ କର୍ମଚାରୀଙ୍କ କାର୍ଯ୍ୟ ଦିବସ ସପ୍ତାହକୁ ୫ ଦିନ ହେବାକୁ ଯାଉଛି। ଖୁବ୍ ଶୀଘ୍ର ଦେଶର ସମସ୍ତ ସରକାରୀ ବ୍ୟାଙ୍କରେ ଏହା କାର୍ଯ୍ୟକାରୀ ହେବ।

ରିପୋର୍ଟ ଅନୁଯାୟୀ, ବ୍ୟାଙ୍କ କର୍ମଚାରୀମାନେ ଗତ କିଛି ବର୍ଷ ଧରି ସପ୍ତାହରେ ପାଞ୍ଚ ଦିନ କାମ କରିବାକୁ ଦାବି କରିଆସୁଛନ୍ତି। ଭାରତୀୟ ବ୍ୟାଙ୍କ ଆସୋସିଏସନ(IBA) ଏହି ଦାବି ଉପରେ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିଲା, ଯାହା ଉପରେ ମନ୍ତ୍ରଣାଳୟ ମଧ୍ୟ ରାଜି ହୋଇଛି। ଏ ବାବଦରେ ବିଜ୍ଞପ୍ତି ଶୀଘ୍ର ଜାରି କରାଯାଇପାରିବ ବୋଲି ଜଣାପଡିଛି।

ଯଦି ଏପରି ହୁଏ ତେବେ ବ୍ୟାଙ୍କ କର୍ମଚାରୀମାନଙ୍କୁ ପ୍ରତି ସପ୍ତାହରେ ମାତ୍ର ୫ ଦିନ କାମ କରିବାକୁ ପଡିବ। ପ୍ରଚଳିତ ବ୍ୟବସ୍ଥାରେ, ବ୍ୟାଙ୍କ କର୍ମଚାରୀମାନେ ମାସର ପ୍ରତ୍ୟେକ ରବିବାରରେ ଛୁଟି ପାଆନ୍ତି, କିନ୍ତୁ ପ୍ରତ୍ୟେକ ଶନିବାର ଦିନ ବ୍ୟାଙ୍କଗୁଡିକରେ ଛୁଟି ନ ଥାଏ। ପ୍ରତ୍ୟେକ ମାସର ପ୍ରଥମ, ତୃତୀୟ ଏବଂ ପଞ୍ଚମ ଶନିବାରରେ ଖୋଲା ଥିବାବେଳେ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଛୁଟିଦିନ।

Related Articles

Back to top button