ଡିସେମ୍ବର ୨୧ରେ ସାରା ଦୁନିଆରେ ‘ବିଶ୍ୱ ଧ୍ୟାନ ଦିବସ’ ପାଳନ କରାଯିବ

ଡିସେମ୍ବର ୨୧ରେ ସାରା ଦୁନିଆରେ ‘ବିଶ୍ୱ ଧ୍ୟାନ ଦିବସ’ ଭାବେ ପାଳନ କରାଯିବ । ମିଳିତ ଜାତିସଂଘ ମହାସଭାରେ ଭାରତ ଦ୍ୱାରା ସହ-ପ୍ରାୟୋଜିତ ଏକ ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ମଞ୍ଜୁରୀ ମିଳିଛି । ଏହାଫଳରେ ଭାରତ ସମେତ ବିଭିନ୍ନ ରାଷ୍ଟ୍ରମାନଙ୍କୁ ଏହି ପ୍ରସଙ୍ଗରେ ବଡ଼ ସଫଳତା ମିଳିଛି । ଲିଙ୍କଟେଷ୍ଟିନ, ଶ୍ରୀଲଙ୍କା, ନେପାଳ, ମେକ୍ସିକୋ ଓ ଅଣ୍ଡୋରା ପରି ରାଷ୍ଟ୍ର ମୁଖ୍ୟମାନେ ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ମହାସଭାରେ ‘ବିଶ୍ୱ ଧ୍ୟାନ ଦିବସ’ ଶୀର୍ଷକ ପ୍ରସ୍ତାବକୁ ପାରିତ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ସୂଚନାଯୋଗ୍ୟ ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ, ଧ୍ୟାନକୁ ସର୍ବଦା ପ୍ରାଥମିକତା ଦେଇ ଆସିଥିବା ବେଳେ ଏହା ଭାରତ ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଛି ।

ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଜଦୂତ ପର୍ବତନେନୀ ହରିଶ ଏନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛନ୍ତି । ସେ କହିଛନ୍ତି, ବ୍ୟାପକ କଲ୍ୟାଣ ଓ ଆନ୍ତରିକ ପରିବର୍ତ୍ତନର ଦିବ । କୋର ସମୁହର ଅନ୍ୟ ଦେଶମାନଙ୍କ ସହ ମିଶି ଭାରତ ମିଳିତ ଜାତିସଂଘ ମହାସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ କରିବାରେ ସଫଳତା ହାସଲ କରିଛି । ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ପାରିତ ହୋଇଛି । ଡିସେମ୍ବର ୨୧ରେ ସାରା ବିଶ୍ୱରେ ବିଶ୍ୱ ଧ୍ୟାନ ଦିବସ ପାଳନ କରାଯିବ । ସମଗ୍ର ମାନବ କଲ୍ୟାଣ ପାଇଁ ଭାରତର ନେତୃତ୍ୱ ‘ଆମର ସଭ୍ୟତାଗତ ସିଦ୍ଧାନ୍ତ-ବସୁଧୈବ କୁଟୁମ୍ବକମ୍’ ଉପରେ ଆଧାରିତ ରହିଛି ।

Related Articles

Back to top button