
ସାଗର ଧନଖଡ଼ ହତ୍ୟା ମାମଲା: ରେସଲର ସୁଶିଲ କୁମାରଙ୍କ ସମେତ ୧୭ ଜଣଙ୍କୁ ହତ୍ୟା ଅଭିଯୁକ୍ତ ସାବ୍ୟସ୍ତ କଲେ କୋର୍ଟ
ନୂଆଦିଲ୍ଲୀ: କୁସ୍ତି ଯୋଦ୍ଧା ସାଗର ଧନଖଡ଼ ହତ୍ୟା ମାମଲାରେ ରେସଲର ସୁଶିଲ କୁମାରଙ୍କ ସମେତ ୧୭ ଜଣଙ୍କୁ ହତ୍ୟା ଅଭିଯୁକ୍ତ ସାବ୍ୟସ୍ତ କଲେ ଦିଲ୍ଲୀର ଏକ କୋର୍ଟ। ହତ୍ୟା, ହତ୍ୟା ପାଇଁ ପ୍ରୟାଶ, ଦଙ୍ଗା ଓ ଅନ୍ୟ ଅପରାଧିକ ଧାରା ଅନୁସାରେ ଅପରାଧିକ ଷଡ଼ଯନ୍ତ୍ର ରଚିବାରେ ଏମାନଙ୍କୁ ଅଭିଯୁକ୍ତ କରିଛନ୍ତି କୋର୍ଟ। ଏହି ମାମଲାରେ ୧୭ ଅପରାଧିଙ୍କ ମଧ୍ୟରୁ ୨ ଜଣ ଫେରାର୍ ହୋଇଯାଇଛନ୍ତି। ଫେରାର୍ ଦୁଇ ଜଣଙ୍କ ବିରୋଧରେ ବି ଅଭିଯୋଗ ଲଗାଇଛନ୍ତି କୋର୍ଟ।
ସୂଚନା ଥାଉଖକି, ୨୦୨୧ ମେ ୪ ତାରିଖରେ ଛାତ୍ରଶାଳ ଷ୍ଟାଡିୟମ୍ରେ ସାଗର ଧନକଡ଼ ଓ ସୋନୁଙ୍କୁ ନିର୍ଦ୍ଦୟୀ ଭାବେ ଭାବେ ପିଟିମରା କରାଯାଇଥିଲା। ଏହାପରେ ଡାକ୍ତରଖାନାରେ ଚିକିତ୍ସା ସମୟରେ ହସ୍ପିଟାଲ୍ରେ ସାଗରଙ୍କର ମୃତ୍ୟୁ ହୋଇଥିବା ବେଳେ ସୋନୁ ଗମ୍ଭୀର ଭାବରେ ଆହତ ହୋଇଯାଇଥିଲେ।
ସୂଚନା ଥାଉକି, ଦିଲ୍ଲୀ ରୋହିଣୀ କୋର୍ଟ ମାମଲାରେ ଉଭୟ ପକ୍ଷର କଥା ଶୁଣିବା ପରେ ନିଜ ରାୟ ସଂରକ୍ଷିତ ରଖିଥିଲେ। ଏବେ ଏହି ମାମଲାରେ ୧୭ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛନ୍ତି କୋର୍ଟ।