ଜୋର ଧରିଲା ରାହୁଲ ଗାନ୍ଧୀଙ୍କ ବିବାହ ଚର୍ଚ୍ଚା

ପୁଅ ରାହୁଲ ଗାନ୍ଧୀଙ୍କୁ କାହିଁକି ବାହା କରାଉନ । ସୋନିଆ ଗାନ୍ଧୀ ତଥା ୟୁପିଏର ଅଧ୍ୟକ୍ଷାଙ୍କୁ ଏଭଳି ପ୍ରଶ୍ନ କରିିଛନ୍ତି ହରିଆଣା ସୋନିପଥରୁ ଆସିଥିବା ଜଣେ ମହିଳା । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି ହରିଆଣା ଚାଷୀ । ଏହି ସମୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି କଂଗ୍ରେସ ନେତା । ଏହି ସମୟରେ ଜଣେ ମହିଳା ସୋନିଆ ଗାନ୍ଧୀଙ୍କ କାନ ପାଖକୁ ଆସି କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ କାହିଁକି ବିବାହ କରାଉନ । ଜବାବରେ ସୋନିଆ ଗାନ୍ଧୀ କହିଥିଲେ, ପୁଅ ପାଇଁ ଝିଅ ଦେଖୁନ । ୫୩ ବର୍ଷୀୟ ଏହି ବରିଷ୍ଠ କଂଗ୍ରେସ ନେତା ବିବାହ ଏବେ ଚର୍ଚ୍ଚାର ବିଷୟ ରହିଛି । ନିକଟରେ ପାଟନାରେ ବିରୋଧୀ ଦଳ ଏକାଠି ହୋଇ ବୈଠକ କରିଥିଲେ । ଏହି ସମୟରେ ଆରଜେଡି ଅଧ୍ୟକ୍ଷ ତଥା ପୂବ ର୍ତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ରାହୁଲଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା । ଆଉ ଲାଲୁ ରାହୁଲଙ୍କୁ କହିଥିଲେ କେବେ ବିବାହ କରିବ । ଆମେ ସବୁ ବରଯାତ୍ରୀରେ ଯିବାକୁ ଚାହୁଁଛୁ । ଆଜି ଚାଷୀମାନେ ଆଲୋଚନା କରୁଥିବାବେଳେ ଜିଏସଟି ବୃଦ୍ଧି ଏବଂ ଅନ୍ୟାନ୍ୟ ସମସ୍ୟା କଥା ଉଠାଇଥିଲେ ।

Related Articles

Back to top button