ୟୁଟ୍ୟୁବ ବନ୍ଦ କରିବାକୁ ଯାଉଛି ଷ୍ଟୋରୀ ପୋଷ୍ଟ ଫିଚର

ନୂଆଦିଲ୍ଲୀ : ୟୁଟ୍ୟୁବ୍ ବ୍ୟବହାରକାରୀଙ୍କ ପାଇଁ ଏକ ଖରାପ ଖବର । ଜୁନ୍ ମାସରେ ୟୁଟ୍ୟୁବ୍ ଏକ ପପୁଲାର ଫିଚର ବନ୍ଦ କରିବାକୁ ଯାଉଛି । ସେହି ଫିଚର ହେଉଛି ଷ୍ଟୋରୀ ପୋଷ୍ଟ । ୨୬ ଜୁନ୍ ୨୦୨୩ ରେ ଷ୍ଟୋରୀ ପୋଷ୍ଟ ଫିଚର ବନ୍ଦ ହେବ ବୋଲି କମ୍ପାନୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ୨୦୧୮ରୁ ୟୁଟ୍ୟୁବ୍ ଏହି ଫଚର ଲଞ୍ଚ କରିଥିଲା । ଏହି ଫିଚର ମାଧ୍ୟମରେ କ୍ରିୟଟର୍ସ ବା ୟୁଜର୍ସ କୁଇକ୍ ପୋଷ୍ଟ ବା ଜଲଦି ପୋଷ୍ଟ କରୁିପାରୁଥିଲେ । ଏମିତିକି ବ୍ଳଗ୍ ପାଇଁ ମଧ୍ୟ ବ୍ୟବହାର କରାଯାଇପାରୁଥିଲେ ।

ଗୁଗୁଲର କମ୍ପାନୀ ୟୁଟ୍ୟୁବ୍ ବର୍ତ୍ତମାନ ‘ୟୁଟ୍ୟୁବ୍ ଷ୍ଟୋରୀ’ ବନ୍ଦ କରିବାକୁ ଚାହୁଁଛି ଏବଂ ସର୍ଟସ୍, କମ୍ୟୁନିଟି ପୋଷ୍ଟ, ଲାଇଭ୍ ଭିଡିଓ ପରି ଫିଚର ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଛି । ଜୁନ୍ ୨୬ ରୁ ୟୁଟ୍ୟୁବରେ ଆଉ ଏହି ଅପସନ୍ ରହିବ ନାହିଁ । ଯେଉଁ ଷ୍ଟୋରୀ ପୂର୍ବରୁ ପୋଷ୍ଟ ହୋଇଛିୁ, ତାହା ଓରିଜନାଲ ସେୟାର ହେବାର ୭ଦିନ ପରେ ଆଉ ଶୋ କରିବ ନାହିଁ ବା ଦେଖାଯିବ ନାହିଁ ।

ଏହି ସମୟରେ ଗୁଗୁଲ ସ୍ପଷ୍ଟ କରିଛି ଯେ ୟୁଟ୍ୟୁବ ଭିଡିଓ ଆକାଉଣ୍ଟକୁ ହଟାଇବ ନାହିଁ। କିନ୍ତୁ ଯେଉଁ ଉପଭୋକ୍ତାଙ୍କ ଚ୍ୟାନେଲ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ଲଗ୍ ଇନ୍ କରାଯାଇନାହିଁ, ସେହି ବ୍ୟକ୍ତିଗତ ଆକାଉଣ୍ଟ ଏବଂ ବିଷୟବସ୍ତୁ ୟୁଟ୍ୟୁବରୁ ହଟାଇଯିବ ।

Related Articles

Back to top button