ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: କିଛି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଥିବା ସୂଚନା ମିଳିଛି । ତେବେ ଏହି ରାଜ୍ୟ ମଧ୍ୟରେ ସିକିମ, ମହାରାଷ୍ଟ୍ର, ଅରୁଣାଚଳପ୍ରଦେଶ, ଝାଡଖଣ୍ଡ, ଆସାମ, ହିମାଚଳପ୍ରଦେଶ, ଆନ୍ଧ୍ରପ୍ରଦେଶ, ଲଦାଖ, ମେଘାଳୟ ଏବଂ ବିହାର ରହିଛି ।

ସୂଚନାମୁତାବକ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏସ ଅବଦୁଲ ନାଜିର ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ନିଯୁକ୍ତ ମିଳିଛି। ସେହିପରି ରାଷ୍ଟ୍ରପତି ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କ ଇସ୍ତଫା ଗ୍ରହଣ କରିଛନ୍ତି, ରମେଶ ବାଇସଙ୍କୁ ନୂତନ ରାଜ୍ୟପାଳ ଭାବରେ ନିଯୁକ୍ତ ମିଳିଛି ।

ସେହିପରି ଲଦାଖ ଏଲଜି ଆର କେ ମଥୁରଙ୍କ ଇସ୍ତଫା ଗ୍ରହଣ କରାଯାଇଛି, ତାଙ୍କ ସ୍ଥାନରେ ବ୍ରିଗ ବି ଡି ମିଶ୍ର ନିଯୁକ୍ତ ହେଇଛନ୍ତି । ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ଙ୍କୁ ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି ।

ସେହିଭଳି ଵିହାର ର ରାଜ୍ୟପାଳ ପଘୁ ଚୌହାନ ଙ୍କୁ ମେଘାଳୟ ରାଜ୍ୟପାଳ ଵାହବେ ନିଯୁକ୍ତି ମିଳିଛି । ହିମାଚଳ ପ୍ରଦେଶର ରାଜ୍ୟପାଳଙ୍କୁ ରାଜେନ୍ଦ୍ର ବିଶ୍ୱନାଥ ଙ୍କୁ ବିହାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ବିଜେପିର ଲକ୍ଷ୍ମଣ ଆଚାର୍ଯ୍ୟ, ଶିବ ପ୍ରତାପ ଶୁକ୍ଲା, ସି ପି ରାଧାକ୍ରିଷ୍ଣନ୍ ଯଥାକ୍ରମେ ସିକ୍କିମ୍, ହିମାଚଳ, ଝାଡଖଣ୍ଡର ରାଜ୍ୟପାଳ ନିଯୁକ୍ତି ମିଳିଛି।

 

Related Articles

Back to top button