ବଢ଼ିବ ମେଡିକାଲ ଶଯ୍ୟା ସଂଖ୍ୟା

ରୋଗୀ ସେବାରେ ବଡ଼ ବିପ୍ଳବ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ବଢ଼ିବ ମେଡିକାଲ ଶଯ୍ୟା ସଂଖ୍ୟା । ବର୍ତ୍ତମାନ ରାଜ୍ୟରେ ଘରୋଇ ଓ ସରକାରୀ ହସ୍ପିଟାଲକୁ ମିଶାଇ ପାଖାପାଖି ୨୮ ହଜାର ବେଡ୍‌ ଅଛି । ସରକାରୀ ହସ୍ପିଟାଲରେ ୪୫ ହଜାରରୁ ୫୦ ହଜାରକୁ ବେଡ୍‌ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ହୋଇଛି । ସେହିପରି ସବୁ PHCରେ ୨୪ ଘଣ୍ଟିଆ ସେବା ପାଇଁ ୬ଟି ବେଡ୍‌ ରହିବ । ରାଜ୍ୟରେ ଖୋଲିବ ନୂତନ ୩୦୬ PHC । ବର୍ତ୍ତମାନ ରାଜ୍ୟରେ ୧୨୩୬ଟି PHC ଅଛି । CHCରେ ବେଡ ସଂଖ୍ୟା ବଢ଼ିବ । ପ୍ରତି CHCରେ ୩୦ ଲେଖାଏଁ ବେଡ଼ ରହିବ । PHS ୨୦୨୨ ନିୟମ ଅନୁସାରେ ଏ ସବୁ କାମ ପର୍ଯ୍ୟାୟ ଅନୁସାରେ କରାଯିବ । ପ୍ରତି ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ୩୦୦ ଲେଖାଏଁ ବେଡ ପାଇଁ କାମ ଚାଲିଛି । ଡାକ୍ତର ସଂଖ୍ୟା ବି ବଢିବ । ଏବେ ୧୧ଟି ମେଡିକାଲ କଲେଜ ଅଛି । ହସ୍ପିଟାଲ ଓ ମେଡିକାଲ କଲେଜ ବଢିବା ସହ ଡାକ୍ତର ସଂଖ୍ୟା ବଢିବ । ବର୍ତ୍ତମାନ ରାଜ୍ୟରେ ୧୧୬ UPHC, ୭୫ CHC, ୭ UCHC, ୩୨ ଲେଖାଏଁ ଉପଜିଲ୍ଲା ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲ ରହିଛି ।

Related Articles

Back to top button