ଅପରେସନ୍ ସିନ୍ଦୂର ପାଇଁ ରାଜ୍ୟର ସବୁ ଜିଲ୍ଲାପାଳ , ଆରଡିସି ଏବଂ ଆଇପିଏସ୍ ଅଫିସରଙ୍କ ଛୁଟି ବାତିଲ

ଅପରେସନ୍ ସିନ୍ଦୂର ଜରିଆରେ ଭାରତ ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେଉଛି। ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ରାଜ୍ୟର ସବୁ ଜିଲ୍ଲାପାଳ , ଆରଡିସି ଏବଂ ଆଇପିଏସ୍ ଅଫିସର ମାନଙ୍କ ଛୁଟି ବାତିଲ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସୀମାରେ ଯୁଦ୍ଧ ଜାରି ରହିଛି। ତେଣୁ କେଉଁ ପରିସ୍ଥିତିରେ ବି କିଛି ବି ଘଟିପାରେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଛୁଟିରେ ଥିବା ଜିଲ୍ଲାପାଳ ଓ ଆରଡିସିଙ୍କୁ ତୁରନ୍ତ ମୁଖ୍ୟାଳୟକୁ ଫେରିବା ସହ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି।

Related Articles

Back to top button