ଆଜି ଶ୍ରୀଜିଉଙ୍କ ଖସାପଡା ନୀତି ଅନୁଷ୍ଠିତ ହେବ

ଆଜି ଶ୍ରୀଜିଉଙ୍କ ଖସାପଡା ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ସେବା ହେଇଥିବାରୁ ବେଶ ଦର୍ଶନ ରେ ବଞ୍ଚିତ ରହିବେ ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଶ୍ରୀପୟର ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ରଥଯାତ୍ରା ଅବସରରେ ଠାକୁରଙ୍କ ଶ୍ରୀଅଙ୍ଗକୁ ବାଧା ପହଞ୍ଚିଥାଏ। ଏଣୁ ଖସାପଡା ନୀତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ହୁଏ। ଏହା ଦଇତା ପତି ସେବାୟତ ମାନଙ୍କର ଗୋଷ୍ଠି ଗତ ଏବଂ ଗୁପ୍ତ ସେବା ଅଟେ । ବର୍ଷକୁ ୨ ରୁ ୩ ଥର ଏହି ଗୁପ୍ତ ସେବା ଅନୁଷ୍ଠିତ ହୋଇଥାଏ । ଗୁଣ୍ଡିଚା ଯାତ୍ରା ସାରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଶ୍ରୀଅଙ୍ଗ ଶ୍ରୀପୟର ର ସୁରକ୍ଷା ପାଇଁ ଏହି ଖସାପଡା ନୀତି ଅନୁଷ୍ଠିତ ହୋଇଥାଏ । ତାପରେ ଦିଅଁ ମାନେ ହୋଲି ଖେଳିଲା ଯୋଗୁ ତାଙ୍କ ଶ୍ରୀ ଅଙ୍ଗର କେତେକ ଅଂଶ କ୍ଷତ ବିକ୍ଷତ ହୋଇଯାଇ ଥାଏ । ଏଥିପାଇଁ ଖସାପଡା ନୀତି ଅନୁଷ୍ଠିତ ହୋଇଥାଏ ।ଏହି ନୀତି ସମ୍ପୂର୍ଣ୍ଣ ହେବା ପାଇଁ ୩ ରୁ ୪ ଘଣ୍ଟା ସମୟ ଲାଗିଥାଏ ତେଣୁ ରାତି ୮ ଟା ରେ ଏହି ନୀତି ଶେଷ ହେବ ବୋଲି ନୀତି ଧାର୍ଯ୍ୟ କରାଯାଇଛି । ଖସାପଡା ନୀତି ସମ୍ପୂର୍ଣ୍ଣ ହେବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ। ଏହା ପରେ ପୁନଃ ଠାକୁରଙ୍କୁ ଶ୍ରଦ୍ଧାଳୁ ଭକ୍ତମାନେ ଦର୍ଶନ କରିବାର ସୁଯୋଗ ପାଇବେ ।

Related Articles

Back to top button