ବରିଷ୍ଠ ଲେଖକ ନନ୍ଦଲାଲ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ଲେଖକ, ସଂଳାପକାର, ଚଳଚ୍ଚିତ୍ର ତଥା ଧାରାବାହିକ ନିର୍ଦ୍ଦେଶକ ନନ୍ଦଲାଲ ମହାପାତ୍ରଙ୍କ ପରଲୋକ । ସେ ହୃଦରୋଗରେ ପୀଡିତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ୭୫ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି l ସ୍ବର୍ଗତଃ ନନ୍ଦଲାଲ ମହାପାତ୍ରଙ୍କ ଅନବଦ୍ୟ ସୃଷ୍ଟି ମଧ୍ୟରୁ “ଶୀତ ରାତି, କ୍ଲାନ୍ତ ଅପରାହ୍ନ, ମଝି ପାହାଚ, କିଛି ସ୍ମୃତି କିଛି ଅନୁଭୂତି, ପର ଝିଅ ଘର ଭାଙ୍ଗେନା, ନୀରବ ଝଡ଼, ଅନ୍ଧ ଦିଗନ୍ତ, ନିଶିଥ ସ୍ବପ୍ନ, ଭିନ୍ନ ସମୟ, କୁହୁଡି, ସବୁ ମାୟାରେ ବାୟା, ତ୍ରିସନ୍ଧ୍ୟା, ଅଗ୍ନି ବୀଣା, ଭିଜା ମାଟିର ସ୍ୱର୍ଗ, ଗାଁ ର ନାଁ ଗାଲୁଆପୁର”, ଆଦି ଅନ୍ୟତମ…. ତାଙ୍କ ରଚିତ ୮ ଟି ଚଳଚ୍ଚିତ୍ର ଜାତୀୟ ପୁରସ୍କାର ଲାଭ କରିଥିଲା l

ଭିଜା ମାଟିର ସ୍ୱର୍ଗ ବିଭିନ୍ନ ବିଭାଗରେ ସମୁଦାୟ ୬ ଟି ରାଜ୍ୟସ୍ତରୀୟ ପୁରସ୍କାର ପାଇଥିଲା l ବିଭିନ୍ନ ଚ୍ୟାନେଲ ପାଇଁ ଅନେକ ଧାରାବାହିକ ଲେଖିବା ସହିତ ନିର୍ଦ୍ଦେଶନା ମଧ୍ୟ ସେ ଦେଇଥିଲେ । ଯଥା – ସମାନ୍ତରା, ଖୋଳପା, ସୀମାରେଖା, ସମ୍ପର୍କ, ଗୁରୁବାରୀ, ଦୁଃସମୟ ଇତ୍ୟାଦି… ଅନେକ କଳାକାର ତଥା ସହଯୋଗୀ ନିର୍ଦ୍ଦେଶକ ସୃଷ୍ଟି ତାଙ୍କରି ହାତରେ l ଜଣେ ଲେଖକ ତଥା ନିର୍ଦ୍ଦେଶକ ଭାବରେ ଯେତିକି ବଳିଷ୍ଠ ଥିଲେ ସେତିକି ସ୍ନେହ ବତ୍ସଳ ଥିଲେ ସେ l ଜଗତସିଂହପୁର ଜିଲ୍ଲା ଚାଟରା ଗାଁରେ ସେ ଜନ୍ମ ଲାଭ କରିଥିଲେ l ସ୍ବର୍ଗତଃ ମନମୋହନ ମହାପାତ୍ରଙ୍କ ମୁଖ୍ୟ ସହଯୋଗୀ ଭାବେ ଆଜୀବନ କାମ କରିଛନ୍ତି ସ୍ବର୍ଗତଃ ନନ୍ଦଲାଲ ମହାପାତ୍ର l

Related Articles

Back to top button