
ବଳଙ୍ଗା ପୀଡ଼ିତାଙ୍କ ଦିଲ୍ଲୀ ଯିବା ପୂର୍ବରୁ ଏବଂ ବର୍ତ୍ତମାନର ବୟାନ ମଧ୍ୟରେ କୌଣସି ତାଳମେଳ ରହୁନଥିବା ସୂଚନା
ପୁରୀ ଜିଲ୍ଲାର ବଳଙ୍ଗା ଥାନା ଅଞ୍ଚଳରେ ଜଣେ ୧୬ ବର୍ଷିୟା ନାବାଳିକାଙ୍କୁ ପୋଡିଦେବା ଘଟଣାରେ ପୁଲିସ ଓ କ୍ରାଇମବ୍ରାଂଚ ପକ୍ଷରୁ ତଦନ୍ତ ଜାରି ରହିଛି। ଏ ନେଇ ପୁରୀ ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ବଳଙ୍ଗା ଥାନାରେ ପହଂଚି କ୍ରାଇମବ୍ରାଂଚ ଟିମ୍ ସହ ଆଲୋଚନା କରିଛନ୍ତି। ଗତକାଲି ଦିଲ୍ଲୀ ଏମ୍ସରେ କ୍ରାଇମବ୍ରାଂଚ, ପୋଲିସ, ମାଜିଷ୍ଟ୍ରେଟ ଓ ଡାକ୍ତରୀ ଦଳଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ୍ ରେକର୍ଡ଼ କରାଯାଇଥିଲା। ବୟାନ୍ ରେକର୍ଡ଼ ସମୟରେ ପୀଡ଼ିତାଙ୍କ ପରିବାରର ଜଣେ ସଦସ୍ୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଯିବା ପୂର୍ବରୁ ଭୁବନେଶ୍ୱର ଏମ୍ସରେ ମଧ୍ୟ ପୀଡ଼ିତାଙ୍କ ବୟାନ ରେକର୍ଡ଼ ହୋଇଥିଲା। ଉଭୟ ବୟାନ ମଧ୍ୟରେ କୌଣସି ତାଳମେଳ ରହୁନଥିବା ଜଣାପଡିଛି।ସୂଚନା ଯୋଗ୍ୟ, ଗତ ୧୯ ତାରିଖ ସକାଳେ ୩ ଜଣ ଯୁବକ ପୀଡ଼ିତାଙ୍କୁ ରାସ୍ତାରୁ ଉଠାଇ ନେଇ ନଦୀପଠାରେ କିରୋସିନି ଢାଳି ଜୀବନ୍ତ ଜାଳିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।