ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଡାକୋଟା ବିମାନକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜନ୍ମ ବାର୍ଷିକୀ। ଏଥିପାଇଁ ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଜୁ ବାବୁଙ୍କ ସ୍ମୃତିରେ ଭୁବନେଶ୍ୱର ବିମାନବନ୍ଦର ସମ୍ମୁଖରେ ଥିବା ଡାକୋଟା ବିମାନକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିଜୁ ବାବୁଙ୍କ ଡାକୋଟା ବିମାନ ପଶ୍ଚିମବଙ୍ଗରେ ଥିବା ବେଳେ ଏହାକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ ରାଜ୍ୟ ସରକାର। ଡାକୋଟା ଓଡ଼ିଶା ଆସିବା ପରେ ଏହାକୁ ବୁଧବାର ଟ୍ରଲରରେ ଆଣି କ୍ରେନ୍ ସାହାଯ୍ୟରେ ଭୁବନେଶ୍ୱର ବିମାନବନ୍ଦର ସମ୍ମୁଖରେ ଡାକୋଟା ବିମାନର ସଂସ୍ଥାପନା କରାଯାଇଥିଲା।

ମାର୍ଚ୍ଚ ୫ ତାରିଖ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ଏହାକୁ ଲୋକମାନଙ୍କୁ ପାଇଁ ଉତ୍ସର୍ଗ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଘୋଷଣା ମୁତାବକ ଆଜି ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ୫ଟି ସଚିବ ଭି କେ ପାଣ୍ଡିଆନ୍ ଓ ମେୟର ସୁଲୋଚନା ଦାସ ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ।

Related Articles

Back to top button