ଯାଜପୁର ଜିଲ୍ଲା ଦର୍ପଣ ତହସିଲ ପକ୍ଷରୁ ବଡ଼ଗେଙ୍ଗୁଟି ନଦୀ ଶଯ୍ୟା ବାଲିଘାଟ ଓ ଧାଉଡିଆପଦା ପାହାଡ଼ରେ ୧୪୪ ଧାରା

ଚଣ୍ଡିଖୋଲ: ବାଲିଘାଟ ଓ ପାହାଡ଼ରେ ୧୪୪ ଧାରା ଲାଗୁ । ଯାଜପୁର ଜିଲ୍ଲା ଦର୍ପଣ ତହସିଲ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ତହସିଲଦାରଙ୍କ ଉପସ୍ଥିତିରେ ଲାଗିଲା ନାଲି ପତାକା । ଖବର ଅନୁଯାୟୀ,  ଦର୍ପଣ ତହସିଲ ଅଧିନ ବାଲିକୁଦା ବଡ଼ଗେଙ୍ଗୁଟି ନଦୀ ଶଯ୍ୟାରୁ ବାଲିମାଫିଆ ମାନେ ବାଲି ଚାଲାଣ କରୁଥିଲେ । ଏନେଇ ପ୍ରଶାସନ ପକ୍ଷରୁ ବାରମ୍ବାର ଚଢାଉ କରାଯାଇଥିଲା । ତାପରେ ବି ଚୋରା ଚାଲାଣ ବଢିଚାଲିଥିଲା । ଶେଷରେ ଦର୍ପଣ ତହସିଲ ପ୍ରଶାସନ ପକ୍ଷରୁ ବାଲିଘାଟରେ ୧୪୪ ଧାରା ଲାଗୁ କରାଯାଇଛି ।

ସେହିପରି ଅନ୍ୟପଟେ ଧାଉଡିଆପଦା ପାହାଡରୁ ବେଆଇନ୍‌ ଭାବେ ମାଫିଆମାନେ ମୋରମ ଲୁଟ୍‌ କରି ନେଉଛନ୍ତି । ଯାହାଫଳରେ ସରକାରଙ୍କର ଲକ୍ଷାଧିକ ଟଙ୍କାର ରାଜସ୍ୱହାନୀ ହେଉଛି । ଏନେଇ ପାହାଡ଼ରେ ମଧ୍ୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ଦର୍ପଣ ତହସିଲଦାରଙ୍କ ଉପସ୍ଥିତିରେ ନାଲି ପତାକା ଲଗାଯିବା ସହ ନୋଟିସ୍‌ ଜାରି କରାଯାଇଛି ।  ୧୪୪ ଧାରା ଲାଗୁ ପରେ ଯଦି କେହି ବ୍ୟକ୍ତି ଚୋରା ଚାଲାଣ କରେ । ତେବେ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Related Articles

Back to top button