ପରୀକ୍ଷାମୂଳକ ଭାବେ ଆଜି ଖାତାକୁ ଆସିବ ୧ ଟଙ୍କା

ଆସିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା । ପ୍ରଥମେ ପରୀକ୍ଷାମୂଳକ ଭାବେ ଖାତାକୁ ୧ ଟଙ୍କା ଆଜି ପଠାଯିବ । ପରେ ଅକ୍ଟୋବର ୯ ତାରିଖ ଦିନ ଯୋଗ୍ୟ ହିତାଧିକାରୀ ପାଇବେ ସମ୍ପୂର୍ଣ୍ଣ ଟଙ୍କା । ଆଜି ସୁଦ୍ଧା ୧ କୋଟି ମହିଳାଙ୍କ ଆବେଦନ ପୂରଣ ହେବ ବୋଲି ସୂଚନା ମିଳିଛି । ଏଥିସହ ୩୨ ଲକ୍ଷ ଏମ୍‌ପିସିଆଇ କ୍ଲିୟରାନ୍ସ ସମ୍ପୂର୍ଣ୍ଣ ହୋଇଛି ।ଆଜି ଯେଉଁ ମହିଳାଙ୍କ ଖାତାକୁ ୧ ଟଙ୍କା ଆସିବ ସେମାନେ ମୋବାଇଲରେ ଏକ ମେସଜ ପାଇବେ । ଯେଉଁମାନଙ୍କ ଖାତାରେ ଆଜି ୧ ଟଙ୍କା ଲେଖାଏଁ ଆସିଥିବ କେବଳ ସେହିମାନଙ୍କୁ ୨ଦିନ ପରେ ବାକି ଟଙ୍କା ମିଳିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରୁ ଫେରିବା ପରେ ବାରିପଦାରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରିବେ ।

Related Articles

Back to top button