ରଥଯାତ୍ରାରେ ୧୦ ଲକ୍ଷ ମାସ୍କ ବଣ୍ଟାଯିବ

ପୁରୀ: ରଥଯାତ୍ରାରେ ବଣ୍ଟାଯିବ ୧୦ ଲକ୍ଷ ମାସ୍କ। କରୋନା ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକୁଥିବା ବେଳେ ତଥା ପଜେଟିଭ ହାର ବଢ଼ିବାକୁ ଲକ୍ଷ୍ୟରେ ରଖି ସ୍ୱାସ୍ଥ୍ୟ ବିଭାଗ ଏହି ନିଷ୍ପତ୍ତି ନେଇଛି। ପୁରୀ ରଥଯାତ୍ରା ପାଇଁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିଲା। ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି। ଯେଉଁ ମାନଙ୍କୁ ଥଣ୍ଡା କାସ ଅଛି ସେମାନେ ଘରେ ବସି ଟିଭିରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖନ୍ତୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ରଥଯାତ୍ରାକୁ ଲକ୍ଷ୍ୟରେ ରଖି ପୁରୀ ମେଡ଼ିକାଲରେ ୫୦ଟି ଅତିରିକ୍ତ ବେଡ଼ ସମେତ ସ୍ୱତନ୍ତ୍ର ଓଟି, ମେଡ଼ିସିନ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରହିବ। ଆମ୍ବୁଲାନ୍ସ ସମେତ ସ୍ୱେଚ୍ଛାସେବୀ ଓ ମେଡିକାଲ ଅଧିକାରୀ ୨୪ଘଣ୍ଟା କାମ ନିୟୋଜିତ ହେବେ।

Related Articles

Back to top button