ଅଗ୍ନିବୀରଙ୍କୁ ରାଜ୍ୟର ସମସ୍ତ ୟୁନିଫର୍ମ ସେବାରେ ଦିଆଯିବ ୧୦ ପ୍ରତିଶତ ସଂରକ୍ଷଣ

ଅଗ୍ନିବୀରଙ୍କୁ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ଅଗ୍ନିବୀରଙ୍କୁ ସଂରକ୍ଷଣ ଦେବେ ରାଜ୍ୟ ସରକାର । ଅଗ୍ନିବୀରଙ୍କୁ ରାଜ୍ୟର ସମସ୍ତ ୟୁନିଫର୍ମ ସେବାରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥି ସହିତ ବୟସ କ୍ଷେତ୍ରରେ ମଧ୍ୟ ୫ ବର୍ଷ କୋହଳ କରାଯିବ।ଦିଲ୍ଲୀ ଗସ୍ତ ପୂର୍ବରୁ ବଡ ଘୋଷଣା କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଭାରତୀୟ ସେନାରେ ଯୋଗ ଦେଇଥିବା ସବୁ ସୈନିକ ମାନେ ଆମର ଗର୍ବ ଓ ଗୌରବ। ଆମର ଅଗ୍ନିବୀର୍ ମାନେ ମଧ୍ୟ ସେନାବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇ ବିଭିନ୍ନ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଗ୍ୟତା ହାସଲ କରିଛନ୍ତି।

Related Articles

Back to top button