
ଜମି ଜବରଦଖଲକାରୀଙ୍କ କବଜାରେ ଏକର ଏକର ଗୋଚର ଜମି
ଜମି ଜବରଦଖଲକାରୀଙ୍କ କବଜାରେ ଏକର ଏକର ଗୋଚର ଜମି । ଆଜି ବିଧାନସଭା ପ୍ରଶ୍ନକାଳରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟର ୧୦ ହଜାର ୯୭୧.୧୧୨ ଏକର ଗୋଚର ଜମି ମାଫିଆଙ୍କ ଦ୍ୱାରା ଜବରଦଖଲ ହୋଇଛି । ରାଜ୍ୟର ମୋଟ ଗୋଚର ଜମିର ପରିମାଣ ୧୧ ଲକ୍ଷ ୨୦ ହଜାର ୭୭୯.୫୯୨ ଏକର ହୋଇଥିବା ବେଳେ ଅନୁଗୁଳରେ ସର୍ବାଧିକ ୨୯୧୪.୪୨୪ ଏକର ଗୋଚର ଜମି ଜବରଦଖଲ ହୋଇଛି । କେନ୍ଦୁଝରରେ ୧୦୨୫.୮୯୯ ଏକର , କଳାହାଣ୍ଡିରେ ୯୪୧.୭୪ ଏକର ଗୋଚର ଜମି , ନବରଙ୍ଗପୁରରେ ୯୦୧.୧୫ ଏକର ଗୋଚର ଜମି ଜବରଦଖଲ ହୋଇଛି । ସେହିପରି ମଧ୍ୟ ଗଞ୍ଜାମରେ ୪୭୩.୯୪୧ ଏକର ଗୋଚର ଜମି ଜବରଦଖଲକାରୀଙ୍କ କବଜାରେ ରହିଛି ।