ସମ୍ବଲପୁରରେ ଓଭର ବ୍ରିଜରୁ ତଳକୁ ଖସି ପଡିଥିବା ଦଶମ ଶ୍ରେଣୀ ଛାତ୍ର ଡାକ୍ତରଖାନାରେ ଆଖି ବୁଜିଲେ

ସମ୍ବଲପୁର: ସମ୍ବଲପୁର ସହର ଲକ୍ଷ୍ମୀ ଟକିଜ ଛକ ନିକଟ ଫ୍ଲାଏ ଓଭର ବ୍ରିଜରୁ ତଳକୁ ଖସି ପଡିଥିବା ଦଶମ ଶ୍ରେଣୀ ଛାତ୍ରଙ୍କର ଡାକ୍ତରଖାନାରେ ଆଜି ମୃତ୍ୟୁ ଘଟିଛି। ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା  । ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

ମୃତ ଛାତ୍ର ଜଣକ ହେଲେ କ୍ଲିଫଡ୍ କୁଜୁର । ସେ ସେଣ୍ଟ ଜୋସେଫ୍ ସ୍କୁଲର ଦଶମ ଶ୍ରେଣୀର ଛାତ୍ର ଥିଲେ । ଗତକାଲି ସ୍କୁଲର ପରୀକ୍ଷା ସାରି କ୍ଲିଫର୍ଡ ଅପରାହ୍ନ ଗୋଟାଏରେ ସାଇକେଲରେ ଘରକୁ ବାହାରିଥିଲେ। ସ୍ଥାନୀୟ ଲକ୍ଷ୍ମୀ ଟକିଜ  ଫ୍ଲାଏ ଓଭର ଅତିକ୍ରମ କରୁଥିବା ବେଳେ କେମିତି କୋଜଣି ତଳକୁ ଖସି ପଡ଼ିଥିଲେ। ସଙ୍କଟାପନ୍ନ ଅବସ୍ଥାରେ ଛାତ୍ରକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେ କେମିତି ତଳକୁ ଖସିଲା ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଓଭରବ୍ରିଜ ଉପରେ ତାଙ୍କର ସାଇକେଲ ଥୁଆ ହୋଇଥିଲା ।

Related Articles

Back to top button