ଆଜି ୧୨ ଘଣ୍ଟିଆ ରେଢ଼ାଖୋଲ ବନ୍ଦ

ରେଢ଼ାଖୋଲ: ସମ୍ବଲପୁର- ଅନୁଗୋଳ ୫୫ ନଂ ଜାତୀୟ ରାଜପଥର ସମ୍ପ୍ରସାରଣ ଦାବିରେ ରେଢାଖୋଲ ନାଗରିକ କମିଟି ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ରେଢାଖୋଲ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି। ବନ୍ଦ ଯୋଗୁ ସହରର ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ଗାଡିମୋଟର ଯାତାୟାତ ମଧ୍ୟ ବନ୍ଦ ରହିଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ କରିଥିବା ଦେଖାଯାଇଛି।

ପ୍ରକାଶ ଯେ, ୨୦୧୬ ମସିହାରୁ ଚାରି ଥାକିଆ ରାସ୍ତା କାମ ଆରମ୍ଭ ହୋଇଥିବା ବେଳେ ଏଯାବତ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ। ପୁରୁଣା ରାସ୍ତା ମରାମତି ସହ ନୂଆ ରାସ୍ତାକାମ ତ୍ୱରାନ୍ବିତ କରିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ରାସ୍ତା କାର୍ଯ୍ୟର ଅଗ୍ରଗତି ହେଉନାହିଁ। ବର୍ଷା ଯୋଗୁ ରାସ୍ତା ଆହୁରି ଶୋଚନୀୟ ହୋଇପଡିଛି। ଏହାର ପ୍ରତିବାଦରେ ରେଢ଼ାଖୋଲ ବନ୍ଦ ଡାକରା ଦିଆଯାଇଛି।

Related Articles

Back to top button