କ୍ୟାବିନେଟରେ ୧୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ

ରାଜ୍ୟ କ୍ୟାବିନେଟରେ ୧୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ। ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଭୁବନେଶ୍ୱର ବିମାନବନ୍ଦରଠାରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ନିର୍ମାଣକୁ ମିଳିଛି ଅନୁମୋଦନ ହେବ। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୬ ହଜାର ୨୫୫କୋଟି ଟଙ୍କା ଖର୍ଚ୍ଚ ହେବ। ଏହାକୁ ୪ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବ୍ରହ୍ମପୁର ସହରରେ ରିଂ ରୋଡ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ଦ୍ୱାରା ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁର ସହରର ଯାତାୟତ ସୁଗମ ହେବ। ଏଥିପାଇଁ ରାଜ୍ୟ କ୍ୟାବିନେଟ ୧୫୬ କୋଟି ୫୧ ଲକ୍ଷ ୫୭ ହଜାର ଟଙ୍କା ଅନୁମୋଦନ କରିଛନ୍ତି।

ସେହିପରି ଗଞ୍ଜାମର ଧରାକୋଟ ବ୍ଲକର ଜାନଭିଲି ଗ୍ରାମ ନିକଟରେ ଋଷିକୂଲ୍ୟା ନଦୀ ଉପରେ ବ୍ୟାରେଜ ନିର୍ମାଣ କରାଯିବ। ଏହି ଏହି ପ୍ରକଳ୍ପ ପାଇଁ ୮୬ କୋଟି ୫୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହା ଦ୍ବାରା ଗଞ୍ଜାମ ଜିଲ୍ଲାର ୫୨.୬୭୫ ହେକ୍ଟର ଜମିକୁ ଜଳସେଚନ ସହ ବ୍ରହ୍ମପୁର ମହାନଗର ନିଗମକୁ ଦୈନିକ ୬୭.୫ ମିଲିୟନ ଲିଟର ପାନୀୟ ଜଳ ମିଳିପାରିବ। ନୂଆ ଯୋଜନା ଆମ ହସପିଟାଲକୁ ମିଳିଛି ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି। ସେହିପରି ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ଜଣେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି ଉପ-ଜିଲ୍ଲାପାଳଙ୍କଠାରୁ ଲିଖିତ ଅନୁମତି କ୍ରମେ ସର୍ବସାଧାରଣ ଉଦ୍ଦେଶ୍ୟରେ ତାର ଭୂସଂପତ୍ତି ଉପହାର କରିପାରିବେ। କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କର ଉଚ୍ଚଶିକ୍ଷା, ଆତ୍ମନିଯୁକ୍ତି, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ନିମନ୍ତେ ବନ୍ଧକ ରଖି ଋଣ ଆହରଣ କରିବା ସହ ଜଣେ ଅଣ-ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ ।

Related Articles

Back to top button