
ଛତିଶଗଡ଼ରେ ନିହତ ମାଓବାଦୀଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡିଆ
ଛତିଶଗଡ଼ରେ ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ୧୨ ଜଣଙ୍କ ମିଳିଲା ପରିଚୟ। ନିହତ ମାଓବାଦୀଙ୍କ ମଧ୍ୟରେ ଜଣେ ଓଡିଆ। ଏନ୍କାଉଣ୍ଟରରେ ନିହତ ମାଓବାଦୀଙ୍କ ମଧ୍ୟରୁ ଜଣେ ଓଡ଼ିଆ ଚିହ୍ନଟ। ମୃତ ଓଡ଼ିଆ ମାଓବାଦୀ କଟକ ନିଆଳିର ଆଲୋକ ଓରଫ୍ ମୁନ୍ନା । ମୁନ୍ନା ନାଁରେ ୧୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା। ପୂର୍ବରୁ ଟପ୍ ମାଓନେତା ତଥା ସେଣ୍ଟ୍ରାଲ କମିଟି ମେମ୍ବର ଚଲପତିର ମୃତ୍ୟୁ ସ୍ପଷ୍ଟ ହୋଇଥିଲା। ଏବେ ୧୨ ଜଣଙ୍କ ପରିଚୟ ମିଳିଛି। ଏନକାଉଣ୍ଟରରେ ନିହତ ମାଓବାଦୀଙ୍କ ମଧ୍ୟରୁ ଓଡ଼ିଆ ଚିହ୍ନଟ ହୋଇଛନ୍ତି। ଆଉ ୨ ଜଣ ନୂଆପଡା ଓ କଳାହାଣ୍ଡିରେ ଛଦ୍ମବେଶରେ ରହୁଥିଲେ।ନୂଆପଡ଼ା ଜିଲ୍ଲା ସୀମାନ୍ତରୁ ୫କିମି ଦୂର ଗରିଆବନ୍ଧ ଅଞ୍ଚଳରେ ଯବାନଙ୍କ ଗୁଳିରେ ୨୭ଜଣ ନକ୍ସଲ ନିହତ ହୋଇଛନ୍ତି। ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ବେଳେ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଥିଲା।