
ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ନାଗରିକ : ବହିଷ୍କାର କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରକ୍ରିୟା ଆରମ୍ଭ
ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ନାଗରିକ ବସବାସ କରୁଛନ୍ତି । ସେମାନେ ଦୀର୍ଘକାଳୀନ ଭିସାରେ ରହିଛନ୍ତି । ସମସ୍ତଙ୍କୁ ବହିଷ୍କାର କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ ହୋଇଛି । ସେମାନଙ୍କୁ ଭାରତ ଛାଡ଼ ନୋଟିସ୍ ଜାରି କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ଅନ୍ୟପକ୍ଷରେ ସାମୁଦ୍ରିକ ତଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସମୁଦ୍ରତଟ ସୁରକ୍ଷା ପାଇଁ ସଜାଗ ଅଛନ୍ତି ମେରାଇନ୍ ପୋଲିସ ଓ କୋଷ୍ଟ ଗାର୍ଡ । ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ ଆଳ ଦେଖାଇ ରାଜ୍ୟରେ ରହୁଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।