
ରାଜ୍ୟ କ୍ୟାବିନେଟ୍ରେ ୧୨ଟି ପ୍ରସ୍ତାବ ଉପରେ ଲାଗିଲା ମୋହର
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏଥିରେ ରାଜସ୍ବ, ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ, ସମବାୟ ଆଦି ବିଭାଗର ପ୍ରସ୍ତାବ ରହିଛି।
ରାଜ୍ୟ ସରକାର ସହକାରୀ ସମବାୟ ନିବନ୍ଧକ କ୍ୟାଡର ପୁନର୍ଗଠନ ସହ ଯୋଗାଣ ବିଭାଗରେ ଘରୋଇ ଡିଲରଙ୍କ ପୁନଃନିଯୁକ୍ତିକୁ କ୍ୟାବିନେଟ ବୈଠକରେ ମଂଜୁରୀ ଦେଇଛନ୍ତି। ମୟୂରଭଂଜ ଜିଲ୍ଲାରେ ଏକ ଗୋଶାଳାକୁ ରାଜ୍ୟ ସରକାର ମାଗଣା ଜମି ଯୋଗାଇ ଦେବେ। ଗୋଶାଳାର ଏହି ଜମି ପାଇଁ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରାଯିବ।
ସେହିପରି ନୟାଗଡ଼ରେ ବଲାଙ୍ଗୀ ପାର୍କ ନିର୍ମାଣ ସଂପର୍କିତ ଏକ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଂଜୁରୀ ମିଳିଥିବା ସୂଚନା ମିଳିଛି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂପର୍କିତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଂଜୁରୀ ମିଳିଥିବା ସୂଚନା ରହିଛି। ଆପାର୍ଟମେଣ୍ଟ ଓନରସିପ୍ ବିଲ ସଂପର୍କିତ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି।