ଏସ୍‌ଏଚ୍‌ଜି ମହିଳା ମାନଙ୍କୁ ୧୫ ହଜାର କୋଟି ଟଙ୍କାର ଋଣ

ଭୁବନେଶ୍ୱର: ଓଡ଼ିଶାରେ ମହିଳା ମାନଙ୍କୁ ଆଗ୍ରାଧିକାର ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ଗଠନ ମୂଳକ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ ଗତ ୮ ବର୍ଷରେ ସ୍ୱଂୟ ସହାୟକ ଗୋଷ୍ଠି(ଏସ୍‌ଏଚ୍‌ଜି) ମହିଳା ମାନଙ୍କୁ ବ୍ୟାଙ୍କ ମାଧ୍ୟମରେ ଦିଆଯାଉଥିବା ଆର୍ଥିକ ସହାୟତା ୧୯ ପ୍ରତିଶତ ବୃଦ୍ଧି ପାଇଛି । ବର୍ଷ ୨୦୨୨୨୩ରେ କେବଳ ଏହି ଅର୍ଥରାଶି ବୃଦ୍ଧୀ ପାଇଁ ୧୧ ହଜାର କୋଟିରେ ପହଞ୍ଚିଛି । ଏହି ସଫଳତା ପରେ ଚଳିତ ବର୍ଷ ସରକାର ଏସ୍‌ଏଚ୍‌ଜି ମହିଳା ମାନଙ୍କୁ ୧୫ ହଜାର କୋଟି ଟଙ୍କାର ଋଣ ଦେବାକୁ ଲକ୍ଷ୍ୟ ରଖିଛନ୍ତି ।

ମେ ୩୧ ଓ ଜୁନ୍ ୧ ରେ ଦୁଇ ଦିନ ଧରି ଲୋକସେବା ଭବନ କନ୍‌ଭେନ୍‌ସନ୍ ହଲ୍‌ରେ ମୀଶନ ଶକ୍ତି ବିଭାଗ ଦ୍ୱାରା ବ୍ୟାଙ୍କ ଋଣ ଏବଂ ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉଦଗାଟନ କରି ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ କହିଛନ୍ତି, ଏସ୍‌ଏଚ୍‌ଜିରୁ ଉଦ୍ୟୋଗୀ କରି ମହିଳା ମାନଙ୍କୁ ରାଜ୍ୟ ।ର୍ଥନୀତିର ପ୍ରମୁଖ ଅଂଶୀଦାର କରିବା ଆମର ଲକ୍ଷ୍ୟ । ଏହି ଅବସରରେ ବିଭାଗର ସଚିବ ସୁଜାର ଆର. କାର୍ତ୍ତିକେୟନ କହିଛନ୍ତି, ଏସ୍‌ଏଚ୍‌ଜି ମହିଳାମାନେ ହେଉଛନ୍ତି ସ୍ୱତଃପ୍ରବୃତ ଲିଡର । ଏମାନେ ପ୍ରଶିକ୍ଷିତ ହେଲେ ସେମାନଙ୍କ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବେ ।

Related Articles

Back to top button