ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା, ପୁଣି ୧୬ ଆକ୍ରାନ୍ତ ଚିହ୍ନଟ

ଦିନକରେ ସୁନ୍ଦରଗଡ଼ରେ ଆଉ 16 ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ 24 ଘଣ୍ଟାରେ 114 ନମୁନାରୁ 16 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 389 କୁ ବୃଦ୍ଧି ପାଇଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀରଂଜନ ଶତପଥୀ କହିଛନ୍ତି, ଯଥେଷ୍ଟ ଔଷଧ ମହଜୁଦ ରହିଛି । ଚିକିତ୍ସା ଲାଗି ସ୍ଵତନ୍ତ୍ର ଡାକ୍ତରୀ ଦଳ ବି ପ୍ରସ୍ତୁତ ରହିଛନ୍ତି । ଏହି ରୋଗ ଲାଗି ଗାଁ ଗାଁରେ ଲୋକଙ୍କୁ ସଚେତନ କରାଯାଉଛି ।

ଜିଲ୍ଲାର ସଦର ବ୍ଲକ୍ ମଝାପଡ଼ା ଓ ବାଲିଶଙ୍କରା ବ୍ଲକରୁ ଅଧିକ ରୋଗୀ ଚିହ୍ନଟ ହୋଇଥିଲେ । ଏହି ରୋଗ କୀଟ ଦଂଶନରୁ ହେଉଥିବାରୁ ଜଙ୍ଗଲ ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ୍ଣ ଶରୀରକୁ ଘୋଡ଼ାଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଏଭଳି ସଂକ୍ରମଣକୁ ଦେଖି ଜିଲ୍ଲାବାସୀ ଭୟଭୀତ ହୋଇଯାଇଛନ୍ତି । ଅନ୍ୟପଟେ ସରକାରଙ୍କ ତରଫରୁ କୀଟନାଶକ ଔଷଧ ସିଞ୍ଚନ ଚାଲିଛି । ରୋଗୀମାନଙ୍କୁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମାଗଣାରେ ଔଷଧ ଯୋଗାଇ ଦିଆଯାଉଛି ।

Related Articles

Back to top button